News
WhatsApp Image 2023-10-04 at 17.25.00
samparksetu

ମହିଳା ଗୋଷ୍ଠୀକୁ ଧାନ ବିକ୍ରୀ ନ କରିବାକୁ ଚାଷୀଙ୍କ ସାମ୍ବାଦିକ ସମ୍ମିଳନୀ

ବାତ୍ୟା ଜୱାବ ପ୍ରଭାବରୁ ବଚିଂଯାଇଥିବା ଧାନ ଲଗାଣ ବର୍ଷାରେ ନଷ୍ଟ ହୋଇଛି । ବିକ୍ରୀ କରିବାକୁ ମହିଳା ଗୋଷ୍ଠୀକୁ ସୁଯୋଗ ଦେବାକୁ ବେଆଇନି ଭାବେ ମସୁଧା କରୁଥିବା ବ୍ଲକ ଅଧିକାରୀଙ୍କ ପ୍ରତିବାଦରେ ସୁରପ୍ରତାପପୁରର ଚାଷୀ ଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ । ସୁରପ୍ରତାପପୁର ସବୁ ବେଳେ ଭିନ୍ନ ଭିନ୍ନ କଥାକୁ ନେଇ ଚର୍ଚ୍ଚାରେ ଥାଏ । କେତେବେଳେ ହତ୍ୟା ରାହାଜାନୀ ତ କେତେବେଳେ ସଂଘବଦ୍ଧ ଆକ୍ରମଣ ।

ଧାନ ବିକ୍ରୀରେ କେଳେଙ୍କାରୀ କରାଯିବାରୁ ଏହି ସମବାୟ ସମିତିର ଧାନ କ୍ରୟ ଅଧିକାରୀଙ୍କ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ପରବର୍ତ୍ତି ସମୟରେ ନୁତନ ଭାବେ ସଂପାଦକ ନିଯୁକ୍ତି ଦିଆଯାଇଛି । ସଂପାଦକ ନିଯୁକ୍ତି ସମୟରେ ମଧ୍ୟ ବହୁ ଅନିୟମିତତା ଦେଖାଦେଇଥିଲା ।

ସୁରପ୍ରତାପପୁର ଗ୍ରାମରେ ସମବାୟ ସମିତି ଅବସ୍ଥିତ । ଅଥଚ ଏହି ପଚାଂୟତର ଚାଷୀ ଏଠାରେ ଧାନ ବିକ୍ରୀ କରିପାରିବେ ନାହିଁ । ଧାନ ବିକିବେ ବାଲୁଙ୍କେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା । ଯାହାକୁ ତିବ୍ର ବିରୋଧ କରିଛନ୍ତି ଚାଷୀ । ଏହି ସମବାୟ ସମିତିର ପୂର୍ବତନ ସଭାପତିଙ୍କ ପତ୍ନୀ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ଥିବାରୁ ବିଗତ ଦିନର କେଲେଙ୍କାରୀକୁ ଭୟ କରି ଚାଷୀ ଧାନ ବିକିବାକୁ ନାରାଜ ବୋଲି କୁହନ୍ତି କୃଷକ ସଂଘର ସଂପାଦକ ଡମ୍ବରୁଧର ସାମଲ । ଖାଲି ସେତିକି ନୁହେଁ ପୁର୍ବତନ ସଭାପତି ଜଣେ ବ୍ୟକ୍ତି ଦୁଇଟି ନାମରେ ସମବାୟ ବ୍ୟାଙ୍କରୁ ରୁଣ କରିଥିବାର ଅଭିଯୋଗ ମଧ୍ୟ କରିଛନ୍ତି କୃଷକ ସଂଘ ।

ଗତ କିଛିଦିନ ପୂର୍ବରୁ ଧାନ କିଣା ସମ୍ପର୍କରେ ବୈଠକ ହୋଇଥିଲା । ଏହି ବୈଠକକୁ ବାଲୁଙ୍କେଶ୍ୱର ଗୋଷ୍ଠୀକୁ ଡକାଯାଇନଥିଲା । କିନ୍ତୁ ବ୍ଲକ ମିଶନ ଶକ୍ତିରଅଧିକାରୀ ବିଦ୍ୟାକାନ୍ତ ରାଉତ ଯୋଗାଣ ଅଧିକାରୀ ଓ ଶିଶୁ ବିକାଶ ପ୍ରକଲ୍ପ ଅଧିକାରୀଣି, ଏମବିକେ , ସିଆରପି ବିଡିଓଙ୍କ ବିନା ନିର୍ଦ୍ଦେଶ ସନ୍ଧ୍ୟା ସମୟରେ ଅଭିଯୋଗକାରୀଙ୍କୁ ନଜଣାଇ ତଦନ୍ତ ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ଘରେ ବସି ତଦନ୍ତ କରିବାକୁ ଯାଇ ତିନି ଘଣ୍ଟା ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହିଥିଲେ ।

ତେବେ କେଳେଙ୍କରୀ ପଛରେ କାହାର ହାତ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀେ ପ୍ରଶ୍ନ ଉଠାଇଛନ୍ତି କାର୍ଯ୍ୟକାରୀ ସଭାପତି ଭଜମନ ସାମଲ । ଏହି ସାମ୍ବାଦିକ ସମ୍ମିଳନୀରେ ପିତବାସ ସାହୁ ଅକ୍ଷୟ କୁମାର ରାଉତ ,ଶୁକଦେବ ମହାନ୍ତି, ମନୁଆ ପରିଡା, ରମେଶ ପାଣି , ପ୍ରମୋଦ ରାଉତ, ଭଗବାନ ରାଉତ, ଗୋବିନ୍ଦ ଖିଲାରଙ୍କ ସମେତ ବହୁ ଚାଷୀ ନେତା ଯୋଗଦେଇଥିଲେ ।

new life
You might also like
error: Content is protected !!