News
WhatsApp Image 2023-10-04 at 17.25.00
samparksetu

ପ୍ରକାଶହରି ପ୍ରଧାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହାବୀର କ୍ରିକେଟ ଖେଳ ପଡିଆ ଠାରେ ଶନିବାର ଦିନ ପ୍ରଥମ ବାର୍ଷିକ ପ୍ରକାଶହରି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ସମାଜସେବୀ ପଞ୍ଚାନନ ସ୍ୱାଇଁ , ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ସାହୁ ,ପୂର୍ବତନ ସରପଞ୍ଚ ସର୍ବେଶ୍ଵର ନାୟକ, ରବିନାରାୟଣ ପ୍ରଧାନ, ରଞ୍ଜନ ନାୟକ,ପ୍ରତାପ ଷଡ଼ଙ୍ଗୀ, ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ ଘାଟନ କରିଥିଲେ ।

ଏହି ଉଦଘାଟନୀ ମ୍ୟାଚ ରେ କଟକ ସ୍ମାଇଲ ଇଲେଭେନ୍ ୯ ୱିକେଟ ରେ ଢେଙ୍କାନାଳ ଟିମ୍ କୁ ପରାସ୍ତ କରିଥିଲା । ଟସ୍ ଜିତି ଢେଙ୍କାନାଳ ଟିମ୍ ବ୍ୟାଟିଂ କରି ୧୭.୨ ଓଭର ରେ ସମସ୍ତ ୱିକେଟ ହରାଇ ୧୧୪ ରନ୍ କରିଥିଲେ ।ଜବାବରେ ସ୍ମାଇଲ ଇଲେଭେନ୍ ୯.୫ ଓଭର ରେ ୧ ୱିକେଟ ବିନିମୟରେ ୧୧୭ ରନ୍ କରି ବିଜୟୀ ହୋଇଥିଲେ ।

ଦଳପକ୍ଷରୁ ଉତ୍ତମ ମହାନ୍ତି ସର୍ବାଧିକ ୨୯ ବଲ୍ ରେ ୫୭ ରନ୍ କରି ମ୍ୟାନ୍ ଅଫ ଦି ମ୍ୟାଚ ହୋଇ ପୁରସ୍କୃତ ହୋଇଥିଲେ । ସତ୍ୟଜିତ ନାୟକ ,ପ୍ରଭାସ ରଞ୍ଜନ ରାଉତ, ପାରସେଶ୍ୱର ନାୟକ, ଉଦୟନାଥ ରାଉତ,ଅଗ୍ନିଦୀପ ନାୟକ ଓ ବିକାଶ ବେହେରା ଖେଳ ପରିଚାଳନା କରିଥିଲେ । ଆସନ୍ତାକାଲି କଟକ ବିଡାନାସୀ ଓ ତିଗିରିଆ ଟିମ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

new life
You might also like
error: Content is protected !!