News
WhatsApp Image 2023-10-04 at 17.25.00
samparksetu

ଗାଁ ଗାଁରେ ଚାଲିଛି ବେଆଇନ ମାଟି ଇଟାଭାଟି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ଅଞ୍ଚଳ ଗାଁ ଗୁଡ଼ିକରେ ପୁଣି ସଜବାଜ କଲେଣି ବେଆଇନ ମାଟି ଇଟା ମାଲିକ ମାନେ । ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ର କୂଳ ପଠା ଏବେ ମାଟି ଇଟା ମାଫିଆ ଙ୍କ କବଜାରେ । ଖାସ୍ କରି କୁଆଳୋ ରାଜସ୍ବ ନୀରିକ୍ଷକ ଙ୍କ ଅଧୀନରେ ଥିବା ଜଟିଆ ଗ୍ରାମରେ ଧୁମଧାମରେ ଚାଲିଲାଣି ବେଆଇନ ମାଟି ଇଟା ପ୍ରସ୍ତୁତି ତିଆରି । ଏଠାରେ ଇଟା ମାଫିଆ ମାନେ ନଦୀ ପଠା ଗୁଡ଼ିକୁ ଖୋଳି ନେଇ ସେହି ମାଟି ରେ ଇଟା ତିଆରି କରୁଛନ୍ତି ।

ସରକାର ପ୍ରତ୍ୟେକ ବର୍ଷ ମାଟି ଇଟାଭାଟି ବେଆଇନ ଦର୍ଶାଇଥିଲେ ମଧ୍ୟ ଇଟା ମାଫିଆ ମାନେ କିଛି ସ୍ଥାନୀୟ ପ୍ରଶାସନ ଙ୍କୁ ନିଜର ହାତରେ ରଖି ଖୋଲାଖୋଲି ଭାବେ ବ୍ରାହ୍ମଣୀ ନଦୀର ପଠାରେ ମାଟିଇଟା କରୁଥିବାର ଦେଖିବାକୁ ମିଳିଛି । ପ୍ରତ୍ୟେକ ବର୍ଷ ପରଜଙ୍ଗ ତହସିଲଦାର ଙ୍କ ଦ୍ଵାରା ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ଇଟାଭାଟି ନକରିବା ପାଇଁ କୁହାଯାଉଥିବା ବେଳେ ଏହାକୁ ଖାତିର ନକରି ମୃତ୍ତିକା କ୍ଷୟ ସହ ବାୟୁ ଦୂଷିତ କରିବାରେ ଲାଗିଛନ୍ତି ଇଟା ମାଫିଆ ।

ନଦୀ ପଠା ଖୋଳି ବଡ଼ ବଡ଼ ଗର୍ତ୍ତ ହେଉଥିବା ବେଳେ ଆଗକୁ ଯଦି ନଦୀ ଜଳ ବୃଦ୍ଧି ହୁଏ ତାହେଲେ ଲୋକେ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥି ପାଇଁ କିଏ ଦାୟୀ ରହିବ ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି । ଅଞ୍ଚଳରେ ମାଟି ଇଟା ର ଚାହିଦା ବୃଦ୍ଧି ପାଉଥିବାରୁ ପ୍ରଶାସନ ଆଗ ବନ୍ଦ ଡାକରା ଦେଉଛି ପୁଣି ଯିଏ କରୁଛି ତାକୁ ସମ୍ପୂର୍ଣ୍ଣ ବନ୍ଦ ନକରି ଲୋକ ଦେଖାଣିଆ ଫାଇନ କରୁଛି ।

ଏଥି ପ୍ରତି ପରଜଙ୍ଗ ତହସିଲ ପ୍ରଶାସନ ପକ୍ଷରୁ ଏହାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଉ ବୋଲି ସ୍ଥାନୀୟ ପ୍ରଭାବିତ ଅଞ୍ଚଳର ଲୋକେ କହିଛନ୍ତି । ଏନେଇ ତହସିଲଦାର ଖଗେଶ୍ବର ପାତ୍ର କହିଛନ୍ତି କି ଆଗାମୀ ଦିନରେ ବେଆଇନ ମାଟି ଇଟା ଭାଟି ମାଫିଆ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖାଲି ଦେଖିବାକୁ ରହିଲା ତହସିଲଦାର ଙ୍କ ଏଭଳି ମତାମତ ଅଞ୍ଚଳରେ କେତେ କାର୍ଯ୍ୟକାରୀ ହେଉଛି ।

new life
You might also like
error: Content is protected !!