କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁ ନୂଆସାହିର ନୃସିଂହ ଚରଣ ସାହୁଙ୍କ ପୁଅ ପ୍ରଶନ କୁମାର ସାହୁ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।
ସେ ପେଶାରେ ଜଣେ ଡ୍ରାଇଭର ହୋଇଥିଲା ବେଳେ ଅଧିକାଂଶ ସମୟ କାମ ନକରିବା ଯୋଗୁଁ ପତିପତ୍ନୀ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୋଇଥାଏ। ତିନି ଦିନ ତଳେ ପତ୍ନୀଙ୍କ ସହ ଝଗଡା କରିଥିବା ଯୋଗୁଁ ପତ୍ନୀ ତାଙ୍କର ଦୁଇ ସନ୍ତାନକୁ ଧରି ବାପଘରକୁ ଚାଲି ଯାଇଥିଲେ। । ଶୁକ୍ରବାର ରାତିରେ ସେ ଆତ୍ମହତ୍ୟା କରିଥିବା ସାହି ପଡିଶା ଲୋକ ସନ୍ଦେହ କରୁଛନ୍ତି। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ କରିଛି ।