News
WhatsApp Image 2023-10-04 at 17.25.00
samparksetu

ସ୍ବର୍ଗତ ବିକ୍ରମ କେଶରୀ ପାଣିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଢେଂକାନାଳ ସୁରକ୍ଷା ସମିତି ଆବାହକ ପ୍ରିୟବ୍ରତ ଗଡନାୟକଙ୍କ ଆବାହକତ୍ବ ରେ ସ୍ବର୍ଗତ ବିକ୍ରମ କେଶରୀ ପାଣିଙ୍କ ଶ୍ରଦ୍ଧାଞ୍ଜଳି ସଭା ଢେଂକାନାଳ ଜିଲ୍ଲା ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ଯକ୍ରମର ଶିଳ୍ପୀ ଶ୍ରୀ ପରେଶ ପଟ୍ଟନାୟକଙ୍କ ସଭାପତିତ୍ବରେ ସର୍ବଶ୍ରୀ ପୂବତନ ମନ୍ତ୍ରୀ ନବିନଚନ୍ଦ୍ର ନାରାୟଣ ଦାସ, ଶ୍ରମିକନେତା ଯୋଗେନ୍ଦ୍ରନାଥ ତ୍ରୀପାଠୀ, ପୂର୍ବତନ ରାଜ୍ଯ ସମବାୟ ସଭାପତି ଅକ୍ଷୟ ମହାନ୍ତି, ପୂର୍ବତନ ପୌର ଅଧକ୍ଷ ନବିନ ଦଲେଇ,ବିଭାବନା ସମ୍ପାଦକ କବି ମନୋରଂଜନ ନନ୍ଦ, ବରିଷ୍ଠ ସାମ୍ବାଦିକ ପ୍ରଦ୍ଯୁମ୍ନ ରଥ, ସାଂଦ୍ଧ୍ଯ ମହାବିଦ୍ଯାଳୟ ଅଧ୍ଯକ୍ଷ ସମୀର କୁମାର ସାହୁ, ଶ୍ରମିକ ନେତା ଲକ୍ଷ୍ମିଧର ସାହୁ, ରବି ସିଂ, ଢେଂକାନାଳ ଓକିଲସଂଘ ସଭାପତି ଦୀପକପ୍ରସାଦ ପଟ୍ଟନାୟକ, ବିଧାୟକଂକ ପ୍ରତିନିଧି ଦେବାଶିଷ ମିଶ୍ର,ନବକିଶୋର ଗୁରୁ, ଆଈନଜିବୀ ତଥା କଂଗ୍ରସ ପ୍ରଚାର କମିଟି ଅଧ୍ଯକ୍ଷ ନିର୍ମଳ ମିଶ୍ର, ଓତ୍କଳ ସମ୍ମିଳନୀ ସମ୍ପାଦକ ଅଂଜନ କୁମାର ସାହୁ, ସମାଜସେବୀ ରାଜକିଶୋର ବେହେରା, ସରୋଜ ସତପଥୀ, ରଂଜନ ନାୟକ, ସୁରେନ୍ଦ୍ର ଦଳେଈ, ବରିଷ୍ଟ ସାମ୍ବାଦିକ ରୁଦ୍ରମାଧବ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ପରିଶେଷରେ ସ୍ବର୍ଗତ ବିକ୍ରମ ପାଣିଙ୍କ ଫଟୋରେ ପୁଷ୍ପମାଲ୍ଯ ଦେଇ ୨ ମିନିଟ ନିରବ ପ୍ରାର୍ଥନା କରାଗଲା ଓ ଏକ ସ୍ମୃତି ସଂସଦ ପରିଷଦ ଗଠନ ପାଇଁ ସର୍ବସମ୍ମତିରେ ସ୍ତିର କରାଗଲା । ଉପଦେଷ୍ଠା ମଣ୍ଡଳୀ ଆଇନଜିବୀ ଦିପକ ପ୍ରସାଦ ପଟ୍ଟନାୟକ, ସାଂନ୍ଧ୍ଯ ମହାବିଦ୍ଯାଳୟ ଅଧ୍ଯକ୍ଷ ସମୀର କୁମାର ସୀହୁ, ଶିଳ୍ପୀ ପରେଶ ପଟ୍ଟନାୟକ, ଅଥୟ ସାହୁ,ସମାଜସେବୀ ରାଜକିଶୋର ବେହେରା, ସଭାପତି ଆଇନଜିବୀ ନିର୍ମଳ ମିଶ୍ର, ଉପ ସଭାପତି ବିକାଶ ନାୟକ,ସଂପାଦକ ପ୍ରିୟବ୍ରତ ଗଡନାୟକ, କୋଷାଧକ୍ଷ ଅରବିନ୍ଦ ସାହୁ,ସଭ୍ଯ ଆଇନଜିବୀ ନିରଂଜନ ନାୟକ, ସମାଜସେବୀ ରାଜିବ କର , ରଂଜନ ନାୟକଂକ ନାମ ପ୍ରସ୍ତାବ କରାଗଲା । ଆଗାମୀ ଅଧିବେଶନରେ ସମସ୍ତ କାର୍ଯ୍ଯପନ୍ଥା ନିର୍ଧାରଣ କରାଯିବ ।

new life
You might also like
error: Content is protected !!