ରାଜ୍ୟ ଲୋକକଳା ନିର୍ଦ୍ଦେଶକଙ୍କ ଉପସ୍ଥିତ ରେ ଅକ୍ଟୋବର ୨୪ରେ ହୋଇଥିବା ଲୋକକଳା ପ୍ରଶିକ୍ଷଣର ପ୍ରମାଣପତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୁବନ ବ୍ଲକ ଉପସଭାପତି ଅଶୋକ କୁମାର ସାମଲଙ୍କ ଅଧକ୍ଷତାରେ ସୁରପ୍ରତାପପୁର ମା କାଲୁଣୀ ପୀଠରେ ୨୫ଟି ଲୋକନୃତ୍ୟ ଦଳ ଭାଗନେଇଥିଲେ ।
ଲଉଡିବାଡି , ଦଣ୍ଡ ନୃତ୍ୟ, ପାଲା , ଦାସକାଠିଆ ଖଞ୍ଜଣୀ ଭଜନ, କୀର୍ତନ, ଭଜନ ସଂଙ୍ଗୀତ ଗାନର କଳା ପ୍ରର୍ଦଶନ କରାଯାଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସ୍ୱୀକୃତିପ୍ରାପ୍ତ ନାଟ୍ୟ ନିର୍ଦ୍ଦେଶକ ଭଗବାନ ଗୁରୁ,କବୟତ୍ରୀ ବିଳାସୀନ ପୃଷ୍ଠି, ପାଲା ଗାୟକ ଯୋଗୀନାଥ ନାୟକ , ବିଦ୍ୟାଧର ଦଳସାମନ୍ତ ,ବିଚିତ୍ରାନନ୍ଦ ନାୟକ ନରହରିଦାସ, ନଳିନୀ ମଜ୍ଞରୀ ରଣା ,ଓଡିଶୀ ନୃତ୍ୟ ବିଶାରଦ ଅଖିଳ ମୋହନ ଦାସ ଯୋଗଦେଇଥିଲେ ।
ସୁରପ୍ରତାପପୁର ପଚାଂୟତର ବରିଷ୍ଠ ବାଦକ ଜଳଧର ପରିଡା ମହିଳା ମୃଦଙ୍ଗ ବାଦିକା ଅଶାନ୍ତି ସାମଲ , ଅଖାମୀ ପାତ୍ର , ଅସ୍ୱିନୀ ନାୟକ, ଚିନ୍ତାମଣୀପରିଡା,ମଦନରୋହନ କୁଅଁର ,ସନାତନ ପଣ୍ଡ. ଅବନ୍ତି ନାୟକ, ମଙ୍ଗରାଜ ରାଉତ , ନୃସିଂହ ସାହୁ ,ପ୍ରେମାନନ୍ଦ ମହାରଣା ,କସ୍ତୁରୀ ସ୍ୱାଇଁଙ୍କ ସମେତ ବହୁ କଳାକାର ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ ।