News
WhatsApp Image 2023-10-04 at 17.25.00
samparksetu

ଜାତୀୟ ନିଯୁକ୍ତି ନିତୀ ପ୍ରଣୟନ ପାଇଁ ଦାବୀ

ଢେଙ୍କାନାଳ ଜିଲ୍ଲା ସହିତ ଦେଶରେ ବେକାରୀ ସମସ୍ୟା ଜଟିଳ ହୋଇପଡିଛି । ଏହି ସମୟରେ ଦେଶରେ ସ୍ୱାଧିନତାର ୭୦ ବର୍ଷ ପରେ ମଧ୍ୟକୌଣସି ଜାତୀୟ ନିଯୁକ୍ତି ନିତୀ ପ୍ରଣୟନ କରାଯାଇନାହିଁ ।

ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଦେଶ ବି ବାତ ଫାଉଣ୍ଡେସନ ତରଫରୁ ଏତ ଜାତୀୟ ନିଯୁକ୍ତି ନିତୀ ପ୍ରଣୟନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ କରାଯାଇଛି ।ଦେଶରେ ବେକାରୀ ସମସ୍ୟା ଜଟିଳ ହୋଇଛି । ଉଚ୍ଚ ଶିକ୍ଷିତ ମାନେ ନିଯୁକ୍ତି ଆଶାରେ ଚାହିଁ ରହିଥିବା ବେଳେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡିଛି । ଏହା ସତ୍ୱେ ନିଯୁକ୍ତି ଦିଆଯାଉନାହିଁ କିମ୍ବା ଯେଉମାନଙ୍କୁ ନିଯୁକ୍ତି ମିଳୁଛି ତାହା ଚୁକ୍ତିଭିତିକ ଭାବରେ ନିଯୁକ୍ତି ପ୍ରଦାନ କରାଯାଉଛି ।

ସ୍ୱାଧୀନତାରେ ୭୦ ବର୍ଷ ପରେମଧ୍ୟ ଦେଶରେବେକାରୀ ସମସ୍ୟାକୁ ଦୂରକରିବା ପାଇଁ କୌଣସି ଜାତୀୟ ନିଯୁକ୍ତି ନିତୀ ପ୍ରଣୟନ କରାଯାଇନାହିଁ । କରୋନା ଆର୍ଥିକ ସ୍ଥିତକୁ ଅଧିକ ଦୁର୍ବଳ କରିଦେଇଥିବା ବେଳେ ନିଯୁକ୍ତି ପାଇଁ ସମସ୍ତେ ଆଶାୟୀ ହୋଇରହିଛନ୍ତି ।

ଏହି ସମୟର ଦେଶକି ବାତ ଫାଉଣ୍ଡେସନ ତରଫରୁ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ବହୁ ବୁଦ୍ଧିଜିବୀ,ଅର୍ଥନୈତିଜ୍ଞ ମାନଙ୍କ ନେଇ ଏକ ନିଯୁକ୍ତି ନିତୀର ଚିଠା ପ୍ରସ୍ତୁତ କରାଯାଇଛି । ଏହି ଚିଠାକୁ ସରକାର ପ୍ରଣୟନ କରିବା ପାଇଁ ସଂସ୍ଥା ପକ୍ଷରୁ ନିବେଦନ କରାଯାଇଛି । ଏ ସଂକ୍ରାନ୍ତରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କୁ ପ୍ରଦନା କରାଯାଇଛି । ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର କାର୍ଯକାରୀ ସଭାପତି ସରୋଜ କୁମାର ଶତପଥୀ ଏବଂ ଟ୍ରଷ୍ଟି ଅନ୍ତର୍ଯ୍ୟାମୀ ରଥ ଏହି ଦାବୀ ପତ୍ର ପ୍ରଦାନ କରିଥିବାର ଜଣାପଡିଛି ।

new life
You might also like
error: Content is protected !!