ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ ପରିବାର ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ
ତାଳଡ଼ଙ୍ଗା ଗ୍ରାମର ସାହୁ ପରିବାର ।
ସୁମନ୍ତ କୁମାର ସାହୁ ମା ମିଲି ସାହୁ ଙ୍କ ଝିଅ ମିକି ର ୨ୟ ଜନ୍ମଦିବସ ଅବସରରେ ଅସହାୟ ଏବଂ ବସ୍ତିରେ ରହୁଥିବା କୁନି ପିଲାଙ୍କୁ ଚକଲେଟ ଓ କେକ୍ ଖୁଆଇବା ସହ ଦିନଟିଏ ପାଇଁ ହେଉ ପଛେ ଯେପରି ସମସ୍ତେ ପେଟପୁରା ଖାଇପାରିବେ ଏନେଇ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି ସେ ।
ତେବେ ମିକି ର ଦିତୀୟ ଜନ୍ମ ବାର୍ଷିକୀ ଉପଲକ୍ଷେ ବାପା ସୁମନ୍ତ କୁମାର ସାହୁ ମା ମିଲି ସାହୁ , ଆଜା, ଆଇ, ବବା, ମାଁ, ଦାଦା, ଅପା ଙ୍କ ସହ ସାହୁ ପରିବାର ଏବଂ ବନ୍ଧୁବର୍ଗ ଶୁଭେଚ୍ଛା ଜଣାଇବା ସହ ସମସ୍ତ ଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁଗମ୍ୟ ଜୀବନ ଯାପନ ନେଇ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
କାହା ମୁହଁରେ ଯଦି ଚେନାଏ ହସ ଫୁଟାଇ ପାରିବା ତେବେ ଆମ ଜୀବନ ବି ଆନନ୍ଦମୟ ହୋଇଉଠିବ ଏହା ଥିଲା ସାହୁ ପରିବାରଙ୍କର ଚିନ୍ତାଧାରା ।