News
WhatsApp Image 2023-10-04 at 17.25.00
samparksetu

ଧାନମଣ୍ଡି ନ ଖୋଲିବା ନେଇ ଚିନ୍ତାରେ ଭୁବନ କୃଷକ ସମାଜ

ଭୁବନ ଏନ ଏ ସି ଓ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଆଶଙ୍କାରେ ଥିବାର ଜଣାଯାଇଛି । କେବେ ଖୋଲିବ ମଣ୍ଡି ସେ ନେଇ ଭୁବନ କୃଷକ ସମାଜ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି । ଚାଷୀର ବର୍ଷକର କଷ୍ଟ ଅର୍ଜିତ ଧାନ ଫସଲ ବର୍ଷା ଯୋଗୁ କ୍ଷତି ହୋଇଛି । ଯାହା ବଞ୍ଚି ଯାଇଛି ତାହା କିପରି ଭାବରେ ବିକ୍ରି କରିବ ସେ ନେଇ ଚିନ୍ତାରେ ଚାଷୀ, ବିଗତ ବର୍ଷ ଉକ୍ତ ଏନ ଏ ସି ଓ ବ୍ଲକ ରେ ଦଶଟି ସମବାୟ ସମିତିରେ ମଣ୍ଡି ଖୋଲା ଯାଇ ଧାନ କିଣା ଯାଏ ,ହେଲେ ଚଳିତ ବର୍ଷ ମାର୍ଥାପୁର ସମବାୟ ସମିତି ବ୍ୟତୀତ ଅନ୍ୟ ସ୍ଥାନ ରେ ମହିଳା ଗୋଷ୍ଟି ଓ ସୁରପ୍ରତାପପୁରରେ ଆଞ୍ଚଳିକ କାମାକ୍ଷାନଗର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନ କିଣିବା ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ସେହି କ୍ରମରେ ଚାଷୀ ଙ୍କର ଟୋକାନ ମଧ୍ୟ ମିଳିସାରିଛି । ଡିସେମ୍ବର ଅଠେଈଶ ରୁ ଧାନ କିଣା ଯିବା କଥା , କିନ୍ତୁ ଅଦ୍ୟାବଧି ଚାଷୀ ଙ୍କୁ ନେଇ ବୈଠକ ହୋଇପାରିଲା ନାହିଁ । କେବେ ମିଲର ମଣ୍ଡିରୁ ଚାଷୀଙ୍କ ଠାରୁ ନେବ ତାହାର ଉତ୍ତର କାହାପାଖରେ ନାହିଁ । ଚଳିତ ବର୍ଷ ସମବାୟ ସମିତିର କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଛି ।

ସବୁବେଳେ ଚାଷୀମାନେ ନିଜର ଅର୍ଜିତ ଧାନ ଫସଲକୁ ସମବାୟ ସମିତିର କର୍ମଚାରୀ ମାନଙ୍କ ସହାୟତାରେ ମିଲର ମାନଙ୍କୁ ଧାନ ବିକ୍ରି କରିଥାଏ । ହେଲେ ଦୁଃଖର କଥା ଏଥର ଆନ୍ଦୋଳନ ଫଳରେ ମଣ୍ଡି ଖୋଲିବାରେ ବିଳମ୍ବ ଦେଖିବାକୁ ମିଳିଛି ଚାଷୀ ମାନେ ଯେପରି ନିଜର ଧାନ ଫସଲ ପ୍ରଦାନରେ ଅସୁବିଧା ହେବନି ନହେବ ସେଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଭୁବନ ଏନ ଏ ସି କୁ ମିଶନ ଶକ୍ତି ବ୍ଲକ ଫେଡରସନ କୁ ପ୍ରଦାନ କରାଯାଇଛି । ଧାନ କିଣିବା କାମ ସରକାର ଙ୍କର ଏହି କାର୍ଯ୍ୟକୁ ଗୋଟିଏ ସପ୍ତାହ ମଧ୍ୟ ରେ ଆରମ୍ଭ କରିବାକୁ ଭୁବନ କୃଷକ ସମାଜ ସଭାପତି ବାସୁଦେବ ଗୁରୁ ସଂପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ ଚେତାଇ ଦେଇଛନ୍ତି ।

ଅନ୍ୟ ପକ୍ଷରେ ଚାଷୀ ଟୁକନ ପାଇ ମଣ୍ଡିରେ ଧାନ ନଦେଇ ଚାତକ ପକ୍ଷୀପରି ଖୋଲା ଆକାଶକୁ ଅନାଇ ରହିଛି । ଏନେଇ କାମାକ୍ଷା ନଗର ଉପଖଣ୍ଡ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ କୁହନ୍ତି ସମସ୍ତ ସମସ୍ୟା ଦୂର ହେଲାଣି ।

ଚାଷୀ ପ୍ରତିନିଧି ଙ୍କ ବୈଠକ ତିନି ତାରିଖ ରେ ହେବା ପରେ ସମସ୍ୟା ଦୂର ହୋଇଯିବ । ସୂଚନା ଯୋଗ୍ୟ ଗତ ବର୍ଷ ଧାନ କିଣା ରେ ଘୋର ଦୁର୍ନୀତି କରିଥିବାରୁ ସୁରପ୍ରତାପପୁର ଓ ମହୁଲପାଳ ସେବା ସମବାୟ ସମିତି ର ସମ୍ପାଦକ ଙ୍କୁ ନୀଳମ୍ବିତ କରାଯାଇଥିଲା ।

new life
You might also like
error: Content is protected !!