News
WhatsApp Image 2023-10-04 at 17.25.00
samparksetu

କାର୍ଯ୍ୟକ୍ଷମ ହେଉନି ମହାବିଦ୍ୟାଳୟ ହଷ୍ଟେଲ ; ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ବ୍ଲକର “ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ” ର ଅବ୍ୟବସ୍ଥା କହିଲେ ନସରେ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ସ୍ଥିତ “ବାଜିରାଉତ ସ୍ମୃତି ମହା ବିଦ୍ୟାଳୟ” ରେ ହଷ୍ଟେଲର ଅବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି।

ନିର୍ମାଣ ଶେଷ ହେବାର ଦୀର୍ଘବର୍ଷ ପରେ ମଧ୍ୟ ସେଠାରେ ଛାତ୍ରଛାତ୍ରୀ ମାନେ ରହି ପାରୁନାହାନ୍ତି। ୧୯୭୬ ମସିହାରେ ସ୍ଥାପିତ ଭୁବନର ଏହି ସର୍ବପୁରାତନ ବିଜ୍ଞାନ,କଳା ଓ ବାଣିଜ୍ୟ ମହାବିଦ୍ୟାଳୟରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ଭୁବନ ବ୍ଲକ ସମେତ କାମାକ୍ଷାନଗର ବ୍ଲକ,ଗଁଦିଆ ବ୍ଲକ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକରୁ ମଧ୍ୟ ଛାତ୍ର ଛାତ୍ରୀ ଆସି ଏଠାରେ ଶିକ୍ଷା ଆହରଣ କରିଥାନ୍ତି।ବହୁ ଛାତ୍ରଛାତ୍ରୀ ୨୫ କି.ମି ରୁ ଅଧିକ ଦୂରରୁ କେହି କେହି ସାଇକେଲ ଓ ଆଉ କିଏ ବସ ଦ୍ୱାରା ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଆସୁଛନ୍ତି।

ଛାତ୍ରଛାତ୍ରୀଙ୍କ ଅସୁବିଧା କୁ ଦେଖି ୨୦୦୦ ମସିହାରେ ୪୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା,ଏହାର କିଛି ବର୍ଷ ପରେ ୬୦ ଶଯ୍ୟା ବିଶିଷ୍ଟ ଆଉ ଏକ ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା,ଏହି ୨ ଟି ହଷ୍ଟେଲ ର କାମ ୨୦୧୫ ମସିହାରେ ଶେଷ ହେଲା।

୨ଟି ଯାକ ହଷ୍ଟେଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, କିନ୍ତୁ ନିର୍ମାଣ ର ୬ ବର୍ଷ ପରେ ମଧ୍ୟ ୨ଟି ଯାକ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇପାରିନି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଜାମ ରହୁଥିବାରୁ ଅଧିକାଂଶ ଦିନ କଲେଜରେ ପହଞ୍ଚିବାରେ ବିଳମ୍ବ ହେଉଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ହଷ୍ଟେଲ ପରିସରରେ ଅନାବନା ଗଛଲତା ପରିପୂର୍ଣ୍ଣ ହୋଇ ରହିଛି।

ଏ ନେଇ ଆମେ କଲେଜର ବର୍ତ୍ତମାନ ର ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଖୁବ ଶିଘ୍ର ସଫେଇ କାର୍ଯ୍ୟ ଶେଷ କରି ଆସନ୍ତା ଶିକ୍ଷା ବର୍ଷଠାରୁ ଏହାକୁ କାର୍ଯ୍ୟକ୍ଷମ କରାଯାଇ ଛାତ୍ରଛାତ୍ରୀଙ୍କୁ ରଖାଯିବ। ସୁରକ୍ଷା ପାଇଁ ସିସିଟିଭି ଓ ସୁରକ୍ଷାକର୍ମୀଙ୍କ ର ବ୍ୟବସ୍ଥା ବି କରାଯିବ। ତେବେ କଲେଜ କତୃପକ୍ଷଙ୍କ ପ୍ରତିଶୃତି କେବେ କାର୍ଯ୍ୟକାରି ହେଉଛି ତାହା ଦେଖିବାକୁ ବାକି ରହିଛି ।

new life
You might also like
error: Content is protected !!