ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇିଁ ସଂରକ୍ଷଣ ଲିଷ୍ଟ ସରକାର ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକର ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲାପରିଷଦ ପଦବି ପାଇିଁ ଘୋଷଣା କରିସାରିଥିବା ବେଳେ ଆଦିବାସି ସଂପ୍ରଦାୟ ଲୋକମାନଙ୍କ ପାଇିଁ କୈାଣସି ପଦବି ସଂରକ୍ଷିତ ରହିନାହିଁ।
ଯାହା ଫଳରେ ଆଜି କାମାକ୍ଷାନଗର,କଙ୍କଡାହାଡ,ପର୍ଜଙ୍ଗ ଓ ଭୂବନ ବ୍ଲକର ଶତାଧିକ ଆଦିବାସି ପଦବି ସଂରକ୍ଷିତ ରଖିବା ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଥିଲେ।
ସୂଚନା ଅନୁସାରେ ଗତ ୨୫.୧୦.୨୦୨୧ରିଖରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତ୍ରସଂଖ୍ୟା ୬୮୨ ବିଜ୍ଞପ୍ତିରେ ପ୍ରତିଶତ ପଦବୀ ସଂକ୍ଷିତ ରହିଥିବା ବେଳେ ପୂନର୍ବାର ୨୭.୧୨.୨୦୨୧ରେ ୯୬୪ ପତ୍ରସଂଖ୍ୟାରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଛେଦ କରିଦିଆଗଲା ଓ ସଂରକ୍ଷିତ କୈାଣସି ଆସନ ରହିଲା ନାହିଁ।
ଯାହା ଫଳରେ କଙ୍କଡାହାଡ ବ୍ଲକରେ ୭୦ଭାଗ ଲୋକ ଆଦିବାସି ସଂପ୍ରଦାୟର ହୋଇଥିବା ବେଳେ ସରକାରଙ୍କ ଗାଇଡଲାଇନ ଅନୁସାରେ ସେମାନଙ୍କ ପାଇିଁ କୈାଣସି ପଦବି ସଂକ୍ଷିତ ରହିନାହିଁ।ତେଣୁ ଏହା ଆଦିବାସି ମାନଙ୍କ ପ୍ରତି ଅନ୍ୟାୟ ଓ ଅବିଚାର କରାଯାଇଥିବା କହିଛନ୍ତି । ଆମ୍ଭ ଆଦିବାସି ମାନଙ୍କ ସମାଜ ପ୍ରତି ଓଡିଶା ସରକାର ପାତରଅନ୍ତର ହୋଇଛି ବୋଲି ଦାବି ହେଉଛି ।
ତୁରନ୍ତ ଏବିଷୟରେ ଆଲୋଚନା କରାଯିବା ପାଇିଁ ଦାବି ହୋଇଛି। ଯଦି ଏହାକୁ ବିଚାର କରାନଯାଏ ଆଗାମି ଦିନରେ ଭୋଟ ବର୍ଜନ କରାଯିବା ସହ ରାଜରାସ୍ତାରେ ବିକ୍ଷୋଭ କରାଯିବା ନେଇ ଆଦିବାସି ସଂଗଛନ ତରଫରୁ କୁହାଯାଇଛି। ଏଥିରେ ଆଦିବାସି ସଂପ୍ରଦାୟରର ୪ଟି ସଂଗଠନ ସାମିଲ ଥିଲେ।