ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଚାଇଁପୁର ମଣିଦେବୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତୀପଲ କଦଳୀ ବଗିଚା ନଷ୍ଟ କରିଥିବାର ଜଣାପଡିଛି ।
ଶନିବାର ବିଳମ୍ବିତ ରାତିରେ ଖାଦ୍ୟ ପାଇଁ ହାତୀ ମାନେ ମଠରଗଡି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଦେବୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବେଶ କରିଥିଲେ । ସେଠାରେ ଥିବା କଦଳୀ ଗଛ ଭାଙ୍ଗି ଖାଇବା ପରେ ଉତ୍ତର ପାଖରେ ଥିବା ୩୦ଫୁଟର ପାଚେରୀ ଭାଙ୍ଗି ପୁଣି ଜଙ୍ଗଲ ଭିତରକୁ ଚାଲିଯାଇଥିଲେ ।
ଗତ ଦୁଇମାସ ତଳେ ୧ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ପାଚେରୀ ନିର୍ମାଣ କରାଯାଇଥିଲା । ବନ ବିଭାଗ ପକ୍ଷରୁ ତଦନ୍ତ
କରାଯାଇ କ୍ଷତିପୂରଣ ପ୍ରଦାନ କରିବାକୁ ବିଦ୍ୟାଳୟର ସଭାପତି ମୋହନ ମୁରାରୀ ମିଶ୍ର ଦାବୀ କରିଛନ୍ତି ।