ମୃତ୍ୟୁ କେମିତି କେତେବେଳେ ଆସେ କେହିବି କହିପାରେନି। ଖେଳୁ ଖେଳୁ ଚାଲି ଗଲା କଁଅଳ ଜୀବନ । ଢେଙ୍କାନାଳ ଜିଲ୍ଲାର, ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ ଘଟିଛି ଏ ଭଳି ଦୁଃଖଦ ଘଟଣା ।
ଉକ୍ତ ଗ୍ରାମର ଶୁକାନ୍ତ ଖଟୁଆ ଙ୍କ ପୁଅ ଟକୁଲ ଖଟୁଆ (୫) ଆଜି ଦିନ ୯ ଘଟିକା ସମୟରେ ଘର ପାଖରେ ଥିବା ଏକ ଚୂଆ ନିକଟରେ କେଳୁଥିବା ବେଳେ , ଅଚାନକ ଗୋଡ଼ ଖସିଯାଇ ଚୂଆ ଭିତରେ ବୁଡି ଯାଇଥିଲା । ପରିବାର ଲୋକେ ୨/୩ ଘଣ୍ଟା ଖୋଜାଖୋଜି କରିବା ପରେ ଚୂଆ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ।