News
WhatsApp Image 2023-10-04 at 17.25.00
samparksetu

ରତନପୁର ଗ୍ରାମ ପଂଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନୀ କଲେ ବିଧାୟକ

ଢେଙ୍କାନାଳ ଜିଲ୍ଲା ,ଗଁଦିଆ ବ୍ଲକ ରତନପୁର ଗ୍ରାମ ପଂଚାୟତ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନୀ ଉତ୍ସବରେ ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ ଜନହିତକାରୀ ପ୍ରକଳ୍ପ ଯଥା ରାଉସିଂହ ପ୍ରସାଦ ଉଚ୍ଚ ବିଦ୍ୟାଳୟ,ଚଣ୍ଡିଆ ର ନୂତନ ଶ୍ରେଣୀ ଗୃହ, କୃଷି ସମବାୟ ଗୃହ ,(ରତନପୁର) ଭଗବତୀ କମ୍ୟୁନିଟି ସେଣ୍ଟର ,ମାଣୁଆ କଂକ୍ରିଟ ରାସ୍ତା ଗୁଡିକୁ ଲୋକାର୍ପିତ କରିଥିଲେ l

କୃଷି ସମବାୟ ଗୃହ ଠାରେ କୃଷକ ମାନଙ୍କର ସମସ୍ୟା ଓ ସମାଧାନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ମାନ୍ୟବର ବିଧାୟକ ଧାନ ମଣ୍ଡି ବ୍ୟବସ୍ତା ଉପରେ ଆଲୋକପାତ କରି କହିଥିଲେ କି ଢେଙ୍କାନଲ ଜିଲ୍ଳାରେ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଧାନ କିଣା ଯିବାର ବ୍ୟବସ୍ତା କରିଯାଇଛି ଓ ରତନପୁର ,ବେଗା ଓ ଲେଥକା ପଂଚାୟତର ଧାନ ମଣ୍ଡି ବ୍ୟବସ୍ତା ଶକ୍ତି ଜୟମା ଶନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଦାନ କରାଯାଇଛି l

ମହିଳା ମାନେ ଏବେ ସ୍ୱୟଂସମ୍ପୂର୍ଣ୍ଣା ତେଣୁ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ପରିଚାଳିତ ହେବ ବୋଲି ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିଲେ l ଏହି ସଭାରେ ଢେଙ୍କାନଲ କୃଷକ ମୋର୍ଚା ର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ସାହୁ ,ଜ଼ୀଲ୍ଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ରୁବି ବିଶ୍ୱାଳ , ବ୍ଲକ ବରିଷ୍ଠ ବିଜୁ ଜନତା ଦଳର ସଂଗଠକ ନିରାକାର ସାମଲ ,ପ୍ରଦୀପ କୁମାର ସାହୁ(ବିଜୁ ଯୁବ ଜନତା ଦଳର ସଭାପତି) ଗଁଦିଆ ବ୍ଲକ ସଭାପତି ବିଶ୍ୱନାଥ ଜେନା ଓ କୃଷି ସମବାୟ ରତନପୁର ର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ସୁଧାଂଶୁ ସ୍ୱାଇଁ , ଢେଙ୍କାନାଳ ଜ଼ୀଲ୍ଲା ର ଯୁବ ସମାଜ ସେବୀ ସାମ୍ବାଦିକ ଇଂବିଶ୍ୱଜିତ ସାମଲ,ଛାତ୍ର ଉପସଭାପତି ସୁଭଜିତ ଜେନା,ଶ୍ରୀଯୁକ୍ତ ସତ୍ୟସୁନ୍ଦର ସ୍ୱାଇଁ(ସଭାପତି ରତନପୁର),ପ୍ରତାପଚନ୍ଦ୍ର ଜେନା ,ପ୍ରହଲ୍ଲାଦ ଦାସ,ରତନପୁର ପୂର୍ବତନ ସରପଂଚ ଶ୍ରୀମତୀ ରୂପଶ୍ରୀ ସ୍ୱାଇଁ,ଲେଥକା ସରପଞ୍ଚ ବାବାଜୀ ସ୍ୱାଇଁ ,ଖଗେଶ୍ୱର ମହାନ୍ତି ଓ ଶତାଧିକ ଚାଷୀ , କର୍ମୀ ଓ ମହିଳା ଯୋଗଦାନ କରିଥିଲେ l

new life
You might also like
error: Content is protected !!