News
WhatsApp Image 2023-10-04 at 17.25.00
samparksetu

ସୁବର୍ଣ୍ଣ ଙ୍କୁ ଆବାସ ଯୋଜନା ସାତସପନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ରେଣ୍ଠାପାଟ ପଞ୍ଚାୟତର ତଳପାଣିଗେଙ୍ଗୁଟିର ସୁବର୍ଣ୍ଣ ନାୟକଙ୍କ ସ୍ଵାମୀ ବିଗତ ବର୍ଷ ହେବ ମୃତ୍ୟୁ ଘଟିଥିବା ବେଳେ ନିଜର ତିନି ଝିଅ ଓ ଦୁଇ  ପୁଅ କୁ ନେଇ ଅତି ଅଭାବ ଅନଣ୍ଟନରେ ଜୀବନ ବିତାଉଛନ୍ତି । 

ସରକାର ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଓ ବିଜୁ ପକ୍କାଘର ପ୍ରଯୁଜ୍ୟ କରିଥିବା ବେଳେ ପ୍ରଶାସନିକ ଦୃଷ୍ଟିରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ୁଛନ୍ତି ଓ ଅଯୋଗ୍ୟ ହିତାଧିକାରୀ ହାତଉଥିବା ପରଜଙ୍ଗ ବ୍ଲକ୍ ରେ ଦେଖିବାକୁ ମିଳୁଛି ।

ହେଲେ ସୁବର୍ଣ୍ଣ ନାୟକଙ୍କ ଚାଳ ଛପର ଘରେ ଜରି ପାଲା ଟାଣି ଜୀବନ ଅତିବାହିତ କରୁଥିଲେ ମଧ୍ୟ ଦୃଷ୍ଟି ଦେଉନାହିଁ ପ୍ରଶାସନ କି ସ୍ଥାନୀୟ ନେତା ମନ୍ତ୍ରୀ । ଏ ନେଇ ପୁର୍ବତ୍ତନ ସରପଞ୍ଚ ପ୍ରଶାନ୍ତ ନାୟକ କୁହନ୍ତି କି ଆମ ପଞ୍ଚାୟତ ରେ ଥିବା ଲୋକମାନେ ଘର ପାଉଥିବା ବେଳେ ଏଥିରୁ ଉପଯୁକ୍ତ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି । ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ତଦନ୍ତ କରି ଉପଯୁକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନା ଯୋଗାଇ ଦେବାକୁ ଦାବି କରିଛନ୍ତି ବୋଲି ସେ କୁହନ୍ତି ।

ସେହିପରି ରେଣ୍ଠାପାଟ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରବି ସାହୁ କହିଛନ୍ତି କି ଆଜି ଯାଇ ତଦନ୍ତ କରି ଅତି ଶୀଘ୍ର ସୁବର୍ଣ୍ଣ ନାୟକଙ୍କ ନାମକୁ ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରିବୁ । ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଆବାସ ଗୃହ ଅନ୍ତର୍ଭୁକ୍ତ କେବେ କରୁଛନ୍ତି ।

new life
You might also like
error: Content is protected !!