ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ସରପଞ୍ଚ ,ସମିତି ସଭ୍ୟ ସଂରକ୍ଷଣକୁ ନେଇ ଅସନ୍ତୋଷ ଦେଖାଦେବା ସହିତ ପୁର୍ନବିଚାର ପାଇଁ ଜିଲ୍ଳା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ ତାଲିକାରେପ୍ରଥମେ ସଂରକ୍ଷଣ ଓବିସି ମାନଙ୍କ ପାଇଁ ଥିବା ବେଳେ ପରେ ଏହାକୁ ବାଦ ଦିଆଯାଇ ସେହିସ୍ଥାନରେ ଅନୁସୂଚୀତ ଜନଜାତିକୁ ସମ୍ପୁର୍ଣ୍ଣ ଭାବରେ ବାଦ ଦିଆଯାଇଛି ।
କେତେକ ପଞ୍ଚ।ୟତକୁ ସଂରକ୍ଷଣ ମୁକ୍ତ କରାଯାଇଛି । ସଦର ବ୍ଲକର ସରପ ପଦବୀରେ କୌଣସି ଏଟି ବର୍ଗ ନଥିବା ବେଳେ ସମିତି ସଭ୍ୟ ମାନଙ୍କ କ୍ଷେତ୍ରରେ ରଖାଯାଇନାହିଁ । ପୂର୍ବ ବର୍ଷ ତ୍ରୀସ୍ତରୀୟ ନିର୍ବାଚନ ସମୟରେ ସଂରକ୍ଷଣ ବ୍ୟବସ୍ଥା ସଠିକ ରହିଥିବା ବେଳେ ୨୦୨୨ରେ ହେବାକୁ ଥିବା ନିର୍ବାଚନ ପାଇଁ ଏହାର ବ୍ୟତିକ୍ରମ ଘଟିଛି ।
ଏହି ବ୍ଲକର ଭାଲିଆବୋଲ କାଟେଣୀ,ତାଳବରକୋଟ, ରାଧାଦେଇପୁର, ନାଗିଆପଶି,ନଡିଆଳୀ ପଞ୍ଚାୟତରେ ଏସସି ମାନଙ୍କ ସଂଖ୍ୟା ଅଧିକ ଥିବା ବେଳେ ସଂରକ୍ଷଣ ବ୍ୟବସ୍ଥା ନାହିଁ । ଏହାକୁ ନେଇ
ଅସନ୍ତୋଷ ଦେଖାଦେବା ସହିତ ଶଙ୍କରପୁର ପଞ୍ଚାୟତ ଅଣସଂରକ୍ଷିତ,ଏସସି ଏବଂ ଏସଟି ମାନଙ୍କ ସଂଖ୍ୟା ଅନୁସାରେ ସଂରକ୍ଷଣ ବ୍ୟବସ୍ଥା,ଓବିସି ଏବଂ ଏସଇବିସି ବ୍ୟବସ୍ଥାରେ ସଂରକ୍ଷଣ କରିବାକୁ ଦାବୀ କରାଯାଇ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ
କରାଯାଇଛି ।