ଢେଙ୍କାନାଳ ଜିଲ୍ଲା ବିଜେପି ମୋର୍ଚ୍ଚା ତରଫରୁ ଓବିସି ସଂରକ୍ଷଣ ନିମନ୍ତେଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିବାର ଜଣାପଡିଛି ।
ରାଜ୍ୟରେ ପଛୁଆ ବର୍ଗ ମାନଙ୍କ ସଂଖ୍ୟା ୫୪ ଭାଗ ରହିଥିବା ବେଳେ ଗତ ୫ଟି ନିର୍ବାଚନରେ ଓବିସି ମାନଙ୍କ ପାଇଁ ୨୭ ଭାଗ ସଂରକ୍ଷଣ ରହିଥିଲା । ଚଳିତ ନିର୍ବାଚନରେ ଓବିସି ମାନଙ୍କ ପାଇଁ ବୈମାତୃକ ମନୋଭାବ କରାଯାଇ ଓବିସି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ । ମହାରାଷ୍ଟ.ମଧ୍ୟପ୍ରଦେଶ ଏ ସମ୍ପର୍କେ ର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ଓଡିଶା ସରକାର ଉଦାସୀନ ରହଛନ୍ତି ।ଏଣୁ ପଞ୍ଚାୟତ ନିର୍ବାଚନ ରେ ଓବିସି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଦାବୀ କରାଯାଇଛି ।