News
WhatsApp Image 2023-10-04 at 17.25.00
samparksetu

ଜାତୀୟ ଭଲିବଲ ଚାମ୍ପିୟନ୍‌ସିପ୍‌ ରେ ଜିଲ୍ଲା ପାଇଁ ଗୌରବ ଆଣିଲେ ଟାଟା ଷ୍ଟିଲ ଦ୍ୱାରା ପ୍ରଶିକ୍ଷିତ ସୁବ୍ରତ ଓ ବିକାଶ 

ଟାଟା ଷ୍ଟିଲ ମେରାମୁଣ୍ଡଳୀର କ୍ରୀଡ଼ା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ସୁବ୍ରତ ବେହେରା ଓ ବିକାଶ ପାତ୍ର ପ୍ରଶିକ୍ଷଣ ହାସଲ କରିବା ପରେ ଓଡ଼ିଶା ଜୁନିୟର ଭଲିବଲ ଟିମ୍‌ର ସଦସ୍ୟ ଭାବେ ୪୭ତମ ଜାତୀୟ ଜୁନିୟର ଭଲିବଲ ଚାମ୍ପିୟାନ୍‌ସିପ୍‌ରେ ଭାଗ ନେଇଛନ୍ତି । ଓଡ଼ପଡ଼ା ବ୍ଲକ୍‌ର ନୂଆଗାଁ ପାୟତ ଅଧିନସ୍ଥ ଖଲିବେରଣା ଗ୍ରାମର ସୁବ୍ରତ ଓ ସରପା ଗ୍ରାମର ବିକାଶ ପଶ୍ଚିମବଙ୍ଗର ବର୍ଦବାନ୍ ଜିଲ୍ଲାର ଅରବିନ୍ଦ ଷ୍ଟାଡ଼ିୟମ୍‌ରେ ଅତି ନିକଟରେ ଆୟୋଜିତ ଏହିଚାମ୍ପିୟାନ୍‌ସିପ୍‌ରେ ଅଂଶଗ୍ରହଣ କରିଛନ୍ତି । 

ଏହି ଦୁଇ ଖେଳାଳିଙ୍କ ସହିତ ସ୍ଥାନୀୟ ଯୁବବର୍ଗମାନେ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହି ଇସ୍ପାତ କମ୍ପାନୀର ପାଶ୍ୱର୍ର୍ବୀ ଗ୍ରାମଗୁଡ଼ିକରେ ଭଲିବଲ ଉପରେ ତାଲିମ ହାସଲ କରୁଛନ୍ତି । ଏହି ତାଲିମ କାର୍ଯ୍ୟ ନିମନ୍ତେ ଟାଟା ଷ୍ଟିଲ ମେରାମଣ୍ଡଳୀ ସିଏସ୍‌ଆର ସଂସ୍ଥା ପକ୍ଷରୁ ଜାତୀୟ ସ୍ତରୀୟ କୋଚ୍ ଆଶୁତୋଷ ପାତ୍ରଙ୍କୁ ନିୟୋଜିତ କରାଯାଇଛି । ଜାତୀୟ ଟିମ୍‌ରେ ଚୟନ ନିମନ୍ତେ ଏହି ଖେଳାଳିମାନଙ୍କୁ ଭୁବନେଶ୍ୱରଠାରେ ରାଜ୍ୟର ପ୍ରାୟ ୨୦୦ ଖେଳାଳିଙ୍କୁ ନେଇ ଆୟୋଜିତ ରାଜ୍ୟ ମନୋନୟନ ଶିବିରରେ ପ୍ରତିଦ୍ୱନ୍ଦିତା କରିବାକୁ ପଡିଥିଲା । ତାଲିମ କେନ୍ଦ୍ରରେ କଠିନ ପ୍ରଶିକ୍ଷଣ ଏହି ଖେଳାଳିଙ୍କୁ ଜାତୀୟ ଟିମ୍ ପାଇଁ ଚୟନ ହେବାରେ ସହାୟତା କରିଛି । ଏହି ଚୟନ ଶିବିର ପାଇଁ ଢେଙ୍କାନାଳରୁ ମନୋନୀତ ହୋଇଥିବା ୧୦ଜଣ ଖେଳାଳି ଟାଟା ଷ୍ଟିଲ ସିଏସ୍‌ଆର ପଦକ୍ଷେପ ଅନ୍ତର୍ଗତ ତାଲିମ ହାସଲ କରୁଥିବାବେଳେ ଶେଷରେ ଏହି ଦୁଇ ଖେଳାଳି ଜିଲ୍ଲାସ୍ତରୀୟ ଦଳ ପାଇଁ ମନୋନୀତ ହୋଇଥିଲେ । 

ଚାମ୍ପିୟନ୍‌ସିପ୍‌ରେ ଭାଗ ନେବାର ନିଜର ଅଭିଜ୍ଞତା ବିଷୟରେ ସୁବ୍ରତ କହିଛନ୍ତି ଯେ, “ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସେଠାରୁ ଅନେକ କିଛି ଶିକ୍ଷା ଲାଭ କରିବା ଆମ ପାଇଁ ଏକ ବଡ଼ ସୁଯୋଗ ଥିଲା । ଏହା ଆମକୁ କ୍ୟାରିୟରରେ ଆଗକୁ ବଢିବାରେ ସାହାଯ୍ୟ କରିବ ।  ତାଙ୍କୁ ଜଣେ ପେସାଦାର ଖେଳାଳି ଭାବେ ଗଢି ତୋଳିବା ପାଇଁ ସେ କୋଚ୍ ଶ୍ରୀ ପାତ୍ରଙ୍କୁ ଧନ୍ୟବାଦ ଜଣାଇ ବିକାଶ କହିଛନ୍ତି ଯେ, “ଅଭିଜ୍ଞ କୋଚ୍‌ଙ୍କ ମାଗଦର୍ଶନ ତାଙ୍କୁ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ପôହବାରେ ସହାୟତା କରିଛି । ର୍ବମାନ ସେ ଭବିଷ୍ୟତରେ ଓଡ଼ିଶା ସିନିୟର ଟିମ୍‌ରେ ସାମିଲ ହେବାକୁ ସ୍ୱପ୍ନ ରଖିଛନ୍ତି । କମ୍ପାନୀ ପକ୍ଷରୁ ବିଗତ ୩ ବର୍ଷ ହେଲା ଉଭୟ ଜୁନିୟର ଓ ସିନିୟର ବିଭାଗରେ ଏହାର କାରଖାନା ପାଶ୍ୱର୍ର୍ବୀ ଗ୍ରାମଗୁଡ଼ିକର ପ୍ରାୟ ୫୦୦ ଜଣ ସ୍ଥାନୀୟ ଯୁବବର୍ଗଙ୍କୁ ଭଲିବଲ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହାବ୍ୟତୀତ ଖେଳାଳିମାନଙ୍କୁ ବଲ, ନେଟ୍ ଓ ଅନ୍ୟ କ୍ରୀଡ଼ା ଉପକରଣ ମଧ୍ୟ ଯୋଗାଇ ଦିଆଯାଉଛି ।

new life
You might also like
error: Content is protected !!