News
WhatsApp Image 2023-10-04 at 17.25.00
samparksetu

କଟକଣା କଡାକଡି କଲେ ରାଜ୍ୟ ସରକାର, ନୂଆ ଗାଇଡ଼ଲାଇନ୍ ନେଇ ସୂଚନା ଦେଲେ ଏସଆରସି

ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ,ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ ।  ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ ।  ୧୦୦ ଲୋକଙ୍କୁ ନେଇ ହେବ ବାହାଘର ଓ  ବ୍ରତଘର ଏବଂ ୫୦ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା ହୋଇପାରିବ । ବିବାହ ରୋଷଣୀ ଲାଗି ୩୦ ଜଣଙ୍କୁ ଅନୁମତି ।

୫୦ ଜଣ ଲୋକଙ୍କୁ ନେଇ ହେବ ଇନଡୋର୍ ଓ ଆଉଟଡୋର୍ ସୁଟିଂ ଏବଂ ୧୦୦୦ ଲୋକଙ୍କୁ ନେଇ ରାଜ୍ୟରେ ହୋଇପାରିବ ଯାତ୍ରା ।  ୫୦% କ୍ଷମତାରେ ଚାଲିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଫିଲ୍ମ ହଲ୍ ।

  ଭିଡକୁ କମାଇବାକୁ ସବୁ ଚେଷ୍ଟା କରିବେ ଦୋକାନୀ ଓ ମଲ ମାଲିକ । ଅବହେଳା ଦେଖାଦେଲେ ୭ ଦିନ ପାଇଁ ସିଲ୍ ହେବ ଦୋକାନ-ମଲ୍ ।ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, ଅନଲାଇନ ରେ ହେବ ପାଠପଢ଼ା ।ମ୍ୟାଟ୍ରିକ ପରୀକ୍ଷା ଜାରି ରହିବ । ଜାନୁୟାରୀ ୭ ରୁ ଫେବୃୟାରୀ ୧ ପର୍ଯ୍ୟନ୍ତ କଟକଣା । ପ୍ରେସମିଟ୍ କରି ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା ।

new life
You might also like
error: Content is protected !!