ମୁଣ୍ତେଇଲୋ ଘୋଡ଼ାଡ଼ିଆଁ ମଧ୍ୟରେ ରହିଥିବା ବହୁ ପ୍ରତିକ୍ଷୀତ ନାଳ ଉପରେ ବିଜୁ ସେତୁ ଯୋଜନାରେ ସୁଉଚ୍ଚ ସେତୁର ଭୂମିପୂଜନ ଓ ଆମ୍ବପଳାସ ପଞ୍ଚାୟତରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରଜଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମୁଣ୍ତେଇଲୋ ଘୋଡ଼ାଡ଼ିଆଁ ମଧ୍ୟରେ ରହିଥିବା ବହୁ ପ୍ରତିକ୍ଷୀତ ନାଳ ଉପରେ ବିଜୁ ସେତୁ ଯୋଜନାରେ ସୁଉଚ୍ଚ ସେତୁର ଭୂମିପୂଜନ ଉତ୍ସବ ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ କରକମଳରେ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା,ଯୁବ ବିଜେଡି ସଭାପତି ସୁବ୍ରତ ଦାସ,ପରଜଙ୍ଗ ସରପଞ୍ଚ ପ୍ରୀୟଜିତ୍ ସାମଲ,ସମିତି ସଭ୍ୟ ମୀନକେତନ ସାମଲ,ଆଖୁଆ ପାଳ ସରପଞ୍ଚ ତଥା ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ବେହେରା,ଜିଲ୍ଲା ବିଜେଡ଼ି ଉପସଭାନେତ୍ରୀ ସିଷ୍ଟର ନିବେଦିତା,ବାବୁଲି ସାହୁ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଯୋଗ ଦେଇ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସେତୁ ନିର୍ମାଣ କରିବା ପାଇଁ ୨ କୋଟି ୭୫ ଲକ୍ଷ ୫୩ହଜାର ୭୧୨ ତାଙ୍କ ଧାର୍ଯ୍ୟ ଥିବା ବେଳେ ଏହାକୁ ଖୁବ ଶୀଘ୍ର ସାରିବାକୁ ଧାର୍ଯ୍ୟ କରାଯାଇଅଛି ।ଏହା ଦ୍ଵାରା ପରଜଙ୍ଗ ବ୍ଲକ ସହିତ ମୁଣ୍ଡେଇଲୋ ଯାହା ଫଳରେ ପରଜଙ୍ଗ ରୁ ମୁଣ୍ଡେଇଲୋ ପର୍ଯ୍ୟନ୍ତ ସିଧା ରାସ୍ତା ହେଲେ ରାସ୍ତା କମିବ ,ଏହା ଦୀର୍ଘ ଦିନର ଆଶା ପୂରଣ ହୋଇଥିବାରୁ ଅଞ୍ଚଳବାସୀ ଆନନ୍ଦିତ ହେବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ବ୍ଲକ ଅନ୍ତର୍ଗତ ଆମ୍ବପଳାସ ଗ୍ରାମପଞ୍ଚାୟତ ରେ ମୁଖ୍ୟ ଅତିଥି ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ୪୦ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ।
ଆଜିର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା,ପରଜଙ୍ଗ ରାଜସ୍ବ ନୀରିକ୍ଷକ ଅଧିକାରୀ ଖଗେଶ୍ବର ପାତ୍ର,ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାସ,ଆଖୁଆପାଳ ସରପଞ୍ଚ ତଥା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦୀପ ବେହେରା,ଆମ୍ବପଳାସ ସମ୍ପାଦକ ଉର୍ମିଳା ମହାପାତ୍ର, ସମିତି ସଭ୍ୟ ନଗେନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।