News
WhatsApp Image 2023-10-04 at 17.25.00
samparksetu

ଇନ୍ଦିପୁର ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଓଡାପୋଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ପଞ୍ଚାୟତ ସ୍ତରୀୟ ଷଷ୍ଠ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ଆଡମ୍ବରରେ ଉଦଯାପିତ ହୋଇଯାଇଛି ।ଏହି ଖେଳରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପୂର୍ବତ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ରାଜେଶ ସୋନି, ଅଲ ଓଡିଶା ଚେସ ଆସୋଏସନର ସେକ୍ରେଟାରୀ ଦେବବ୍ରତ୍ତ ଭଟ୍ଟ, ସୁନୀଲ ଶର୍ମା, କ୍ଷୀରୋଦ ପାତ୍ର, ପ୍ରଶାନ୍ତ ପ୍ରଧାନ, ଜ୍ୟୋତିଶଙ୍କର ନାୟକ, କୈଳାସ ଚନ୍ଦ୍ର ପୃଷ୍ଟି , ଶରତ ଚନ୍ଦ୍ର ସାହୁ ଏବଂ ସ୍ବେଚ୍ଛାସେବୀ ମିଳନ କୁମାରଙ୍କ ସହିତ ବହୁ ଅତିଥି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟଟି ୧୬ ଗୋଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା । ଆଜି ଥିଲା ଟୁର୍ଣ୍ଣାମେଣ୍ଟ ର ଶେଷ ଦିନର ଖେଳ । ଏହି ଶେଷ ଦିନ ରେ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଥିଲେ ଇନ୍ଦିପୁର ଏକାଦଶ ସହିତ ସିମିନଇ କ୍ରିକେଟ କ୍ଲବ । ଖେଳର ପ୍ରାରମ୍ଭରେ ଖେଳାଳି ମାନଙ୍କୁ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଇନ୍ଦିପୁର ର ଆୟୋଜକ ସୌମ୍ୟ ଓ ରଞ୍ଜିତ । ସିମିନଇ କ୍ରିକେଟ କ୍ଲବ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତ୍ତି ନେଇଥିଲା । ସିମିନଇ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୨ ଓଭର ଖେଳି ୮ ଗୋଟି ଉଇକେଟ ହରାଇ ୮୫ ରନ ସଂଗ୍ରହ କରିଥିବା ବେଳେ ଇନ୍ଦିପୁର ଏକାଦଶ ୧୧ ଓଭର ଗୋଟେ ବଲ ଖେଳି ୫ ଗୋଟି ଉଇକେଟ ହରାଇ ୮୬ ରନ କରି ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ନିଖିଲ ସାହୁ ୨୦ ରନ ସଂଗ୍ରହ କରିଥିବା ବେଳେ ନିତେଶ ୩ ଗୋଟି ଉଇକେଟ ନେଇଥିଲେ ।

ମ୍ୟାନ ଅଫ ଦି ମ୍ୟାଚ ଚିତ୍ତଲ ହୋଇଥିବା ବେଳେ ସିମିନଇ କ୍ରିକେଟ କ୍ଲବ ର କାଠିଆ ମ୍ୟାନ ଅଫ ଦି ସିରିଜ ହୋଇଥିଲେ । ଏହି ଖେଳରେ ମୁଖ୍ୟ ଅତିଥି ତଥା ପୂର୍ବତ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜୟୀ ଇନ୍ଦିପୁର ଏକାଦଶ ଦଳକୁ ୭୦୦୦(ସାତ ହଜାର) ଟଙ୍କା ସହିତ ବିଜୟ ଟ୍ରଫିଟିକୁ ଖେଳାଳିଙ୍କୁ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀ ଗଣେଶ ଅଳଙ୍କାରର ପ୍ରୋପାଇଟର ରାଜେଶ ସୋନି ରନର୍ସ ଅଫ ଟ୍ରଫି ସହିତ ୪,୫୦୦ ଟଙ୍କା ସିମିନଇ ଖେଳାଳି ମାନଙ୍କୁ ପ୍ରଦାନ କରିଥିଲେ ।

new life
You might also like
error: Content is protected !!