ରାଜ୍ୟରେ ଓମ୍ରିକନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାର ୩୨ ଟି ପ୍ରମୁଖ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲାରେ ରାତ୍ର ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।
ଏହି ୩୨ ଟି ମନ୍ଦିରରେ ସାଧାରଣ ଲୋକଙ୍କୁ ପ୍ରବେଶ ଉପରେ କଟକଣା କରାଯାଇଛି ।ଏହାକୁ କଡାକଡି ପାଳନ କରିବା ପାଇଁ ସମସ୍ତ ଥାନାକୁ ଅବଗତ କରାଯାଇଛି । ଏହା ୩୧ ଜାନୁୟାରୀ ପର୍ଯ୍ୟନ୍ତ ବଳବତ୍ତର ରହିବ ।