News
WhatsApp Image 2023-10-04 at 17.25.00
samparksetu

ନୀଳକଣ୍ଠ ପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠ ପୁର ଗାଁରେ ୧୫ ତମ ବାର୍ଷିକ ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ବରିଷ୍ଟ ବିଜେଡି ନେତା ଆଦିତ୍ୟ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ନୀଳକଣ୍ଠ ପୁର ଗ୍ରାମର ଗ୍ରାମ୍ୟ ସଭାପତି ପଳଉ ନାୟକ ଯୋଗଦାନ କରିଥିଲେ ।

୮ ଗୋଟି ଟିମକୁ ଆରମ୍ଭ ହୋଇଥିବା ଏହି ୮ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚଟି ନୀଳକଣ୍ଠ ପୁର କ୍ରିକେଟ ଟିମ ସହିତ ବଡଝରା କ୍ରିକେଟ ଟିମ ମଧ୍ୟରେ ଆୟୋଜିତ ହୋଇଥିଲା । ପ୍ରଥମେ ଟସ ଜିତି ବଡ଼ଝର ଟିମ ନିର୍ଦ୍ଧାରିତ ୧୨ ଓଭରରେ ୮ ୱିକେଟ ହରାଇ ୭୨ରନ କରିଥିଲା । ଜବାବରେ ନୀଳକଣ୍ଠ ପୁର କ୍ରିକେଟ ଟିମ ୬ ଗୋଟି ୱିକେଟ ହରାଇ ୭୩ ରନ କରି ବିଜୟୀ ହୋଇଥିଲା ।

ଦଳ ପକ୍ଷରୁ ସିପୁନ ସାହୁ ମ୍ୟାନ ଅଫ ଦ ମ୍ୟାଚ ଏବଂ ସୁବ୍ରତ ପ୍ରଧାନ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଥିଲେ । ଏହି ମ୍ୟାଚକୁ ଆୟୋଜକ ମା ମଙ୍ଗଳ କ୍ରିକେଟ କ୍ଲବ ପକ୍ଷରୁ ଲିପନୁ ସ୍ୱାଇଁ ଓ ନାଗାର୍ଜୁନ ମହାରଣା ପରିଚାଳନା କରିଥିଲେ । କ୍ଲବର ଲୋଚନ ନାୟକ , ଲିପୁନ ନାୟକ ,ବାବୁ ନାୟକ, କାମାକ୍ଷୀ ନାୟକ ,ପ୍ରମୁଖ ଖେଳରେ ସହଯୋଗ କରିଥିଲେ ।

new life
You might also like
error: Content is protected !!