News
WhatsApp Image 2023-10-04 at 17.25.00
samparksetu

ଅଗ୍ରଣୀ ଚାଷୀଙ୍କୁ ତାଲିମ ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ସଦର ବ୍ଲକାର ଅଗ୍ରଣୀ ଚାଷୀମାନଙ୍କୁ ଚାଷର ବିକାଶ ପାଇଁ ଉଦ୍ୟାନ ବିଭାଗ ତରଫରୁ ତାଲିମ ପ୍ରଦାନ କରାଯାଇଥିବାର ଜଣାପଡିଛି ।ଚଳିତ ବର୍ଷ ବର୍ଷାର ଅନିୟମିତତା ସହିତ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟହୋଇଛି । ଚାଷୀ ମାନଙ୍କ ମନୋବଳ ଭାଙ୍ଗି ଯାଇଥିବା ବେଳେ ଚାଷୀ ମାନଙ୍କ ପାଇଁ ଉଦ୍ୟାନ ବିଭାଗ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ସହିତ ତାଲିମ ପ୍ରଦାନ କରାଯାଇଛି । ଉଦ୍ୟାନ ବିଭାଗ ତରଫରୁ ଓଡାପଡା ଏବଂ ସଦର ବ୍ଲକର ଅଗ୍ରଣୀ ଚାଷୀ ମାନଙ୍କ ପାଇଁ ଏକ ବସଯୋଗେ ସମ୍ବଲପୁର ଜିଲ୍ଲା ନୀଳଡୁଙ୍ଗୁରୀ ଡକ୍ଟର ଆମ୍ବେଦକର ଉଦ୍ୟାନ ଛାତ୍ରାବାସ ଠାରେ ତାଲିମ ପ୍ରଦାନ କରାଯାଇଥିଲା ।

ଏହି ତାଲିମରେ ଚାଷର ଉନ୍ନତି ସହିତ ଚାଷୀ ମାନେ କିପରି ସ୍ୱାବଲମ୍ବି ହୋଇପାରିବେ ସେ ସମ୍ପର୍କରେ ତାଲିମ ପ୍ରଦାନ ସହିତ ଚାଷ କରିବାକୁ ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ କୃଷି ଅଧିକାରୀ ମାନସ ମହାପାତ୍ର,ଓଡାପଡା ବ୍ଲକର ସୁଧାକର ଭୁଜବଳ,ସୁବାସ କରଙ୍କ ସହିତ ଚାଷୀମାନଙ୍କ ମଧ୍ୟରେ ସିମିନଈ ପଞ୍ଚ।ୟତର ଛାୟାକାନ୍ତ ମହାନ୍ତି,ରାସବିହାରୀ ମହାନ୍ତି,ଇନ୍ଦିପୁର ପଞ୍ଚୟତାର ରାଜକିଶୋର ପ୍ରଧାନ,କାଣ୍ଡବିନ୍ଧା ଗ୍ରାମର ରୋହିତ ରାଉତ
ପ୍ରମୁଖ ଯୋଗଦେଇଥିଲେ ।

new life
You might also like
error: Content is protected !!