News
WhatsApp Image 2023-10-04 at 17.25.00
samparksetu

ଧାନ କ୍ରୟ ବେଳେ କଟନୀ ଛାଟନୀକୁ ନେଇ ଚାଷୀ ଅସନ୍ତୋଷ ;ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସମବାୟ ସମିତିରେ ଧାନ କ୍ରୟ ବେଳେ କଟନୀ ଛାଟନୀକୁ ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ଚାଷୀ ମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ କରିଛନ୍ତି ।

ଜିଲ୍ଲାରେ ୮୫ ଗୋଟି ସରକାରୀ ଧାନ କ୍ରୟ କେନ୍ଦ୍ରର ବ୍ୟବସ୍ଥା ଥିବା ବେଳେ କାମାକ୍ଷାନଗର ସମବାୟ ସମିତିରେ ପ୍ରଥମ ଦିନରେ ଚାଷୀ ଅସନ୍ତୋଷ ସାମ୍ନାକୁ ଆସିଛି । କାମାକ୍ଷାନଗର ସମବାୟ ସମିତିରେ ପ୍ରଥମ ଦିନ ୧୯ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ଟୋକନ ପାଇଥିବା ବେଳେ ମିଲରଙ୍କ କଟନୀ ଛାଟନୀକୁ ନେଇ ଚାଷୀ ମାନେ ହଙ୍ଗମା କରିଥିଲେ ।

ଜିଲ୍ଲାପାଳ ସରୋଜ କୁମାର ସେଠୀ ଗତ ମାସ ୨୭ ତାରିଖ ଦିନ ଗୋଦରିବିଲି ଠାରେ ସରକାରୀ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ୫୭ ଗୋଟି କେନ୍ଦ୍ର ଓ ଅନ୍ୟ ୨୮ ଗୋଟି କେନ୍ଦ୍ରରେ କଟନୀ ଛାଟନୀରେ କୌଣସି ତ୍ରୁଟି ପରିଲକ୍ଷିତ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଜିଲ୍ଲାରେ ମିଲରଙ୍କ ମନମାନି ଚାଷୀ ଅସନ୍ତୋଷର ମୁଖ୍ୟ କାରଣ ପାଲଟିଛି ।

ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୧ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ୧୬ ଗୋଟି ମିଲରଙ୍କୁ ଅନୁମତି ପ୍ରଦାନ ମିଳିଛି । କିନ୍ତୁ ପ୍ରଥମ ଦିନରୁ ଏପରି ଅବ୍ୟବସ୍ଥାକୁ ହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି କାମାକ୍ଷାନଗର ସମବାୟ ସମିତିର ଚାଷୀ ମାନେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!