News
WhatsApp Image 2023-10-04 at 17.25.00
samparksetu

ମିଲରଙ୍କ ମନୋମୁଖୀ କାର୍ଯ୍ୟ ,କ୍ୱିଣ୍ଟାଲ ପିଛା ୭ କେଜି ଧାନ କାଟିବାକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କଙ୍କଡାହାଡରେ ମିଲରଙ୍କ ମନୋମୁଖୀ କାର୍ଯ୍ୟଯୋଗୁ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । କ୍ୱିଣ୍ଟାଲ ପିଛା ୭ କେଜି ଧାନ କାଟିବାକୁ ନେଇ
ମିଲର ଏବଂ ଚାଷୀ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

କଙ୍କଡାହାଡରୁ ଧାନ ଉଠାଇବା ପାଇଁ ମିଲରଙ୍କୁ ଦାୟୀତ୍ୱ ପ୍ରଧାନ କରାଯାଇଛି । ମିଲର ମାନେ ଧାନ କ୍ରୟ କରିବା ବେଳେ କାମାକ୍ଷୀ
ପ୍ରତି ସାତ କେଜି ଧାନ ବିଭିନ୍ନ କାରଣ ଦର୍ଶାଇ କାଟୁଛନ୍ତି । ଏହାକୁ ନେଇ ଚାଷୀ ଏବଂ ମିଲରଙ୍କ ମଧ୍ୟରେ ଯୁକ୍ତିତର୍କ ସୃ୍‌ଷ୍ଟି ହୋଇଛି ।

ଗତ ୨୦୧୮/୧୯ ମସିହାରେ ଏହି ମିଲର ଉପରେ ଚାଷୀ ମାନେ
ଅସନ୍ତୋଷ ହେବାରୁ ଏହାକୁ ବାତିଲ କରାଯାଇ ଅନ୍ୟ ମିଲରଙ୍କୁ ଧାନ କ୍ରୟ କରିବାକୁ ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ସେହି ମିଲରଙ୍କୁ ଧାନ କ୍ରୟ ପାଇଁ ଅନୁମତି ଦିଆଯାଇଥିବାରୁ ଚାଷୀ ମାନେ
ଧାନ ନଦେବାକୁ ରୋକଠୋକ ମନା କରିଦେଇଛନ୍ତି ।

ଏ ସଂକ୍ରାନ୍ତରେ ଚାଷୀ ମାନେ କଙ୍କଡାହାଡ ବିଡିଓଙ୍କ ଜରିଆରେ ଏକ ଦାବୀ ପତ୍ର ଜଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ଜଣାପଡିଛି ।

new life
You might also like
error: Content is protected !!