News
WhatsApp Image 2023-10-04 at 17.25.00
samparksetu

ସତ୍ୟଜିତ ସ୍ମାରକି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ

ଢ଼େଙ୍କାନାଳ ଜିଲ୍ଲା ,ଭୁବନ ବ୍ଲକ ବାଲିବୋ ଗ୍ରାମ ବ୍ଲୁ ବାର୍ଡ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ୩୨ତମ ସତ୍ୟଜିତ ସ୍ମାରକି କ୍ରିକେଟ ଟୁର୍ଣ୍ଣମେଣ୍ଟ ର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି

ଫାଇନାଲ ମ୍ୟାଚ ରେ ଭୁବବ କ୍ରିକେଟ ଆସୋସିଏଶନ କୋଣାର୍କ କ୍ରିକେଟ କ୍ଲବ,ସୁକିନ୍ଦା କୁ ପରାସ୍ତ କରି ବିଜେତା ହୋଇଛି ।ମ୍ୟାନ ଅଫ ଦି ମ୍ୟାଚ ଭୁବନ ର ଉପେନ୍ଦ୍ର ଲେଙ୍କା ,ମ୍ୟାନ ଅଫ ଦି ସିରିଜ ସୁକିନ୍ଦା ର ଅରବିନ୍ଦ ମହାପାାତ୍ର ଙ୍କୁ ପ୍ରଦାନ କରାଜାଇଛି।

ଏହି ଉଦଯାପନୀ ଦିବସ ରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୋକୁଳାନନ୍ଦ ବାରିକ,ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରବିନାରାୟଣ ବିଶ୍ୱାଳ,ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କେଶରୀ ଚନ୍ଦ୍ର ବାରିକ, ବାଲିବୋ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖୁଣ୍ଟିଆ ଯୋଗଦାନ କରିଥିଲେ ।

ଖେଳ ପରିଚାଳକ ଭାବ ସୁବନ୍ତ ରାଉତ ,ସମ୍ୟକ ଯୀଶୁ ଦାୟୀତ୍ବ ସମ୍ପାଦନା କରୁଥିଲେ ,ଧାରାବିବରଣୀ ପ୍ରଦାନ କରିଥିଲେ ପବିତ୍ର ମୋହନ ଦେହୁରୀ ,ଚିନ୍ମୟ ଦାସ ,ରମଣୀରଞ୍ଜନ ବିଶ୍ୱାଳ ,ସ୍କୋର ବୋର୍ଡ କାର୍ଯ୍ୟ ସମ୍ପାଦନ କରୁଥିଲେ ସୋମନାଥ ବେହେରା, ଦିପକ ବେହେରା ।

new life
You might also like
error: Content is protected !!