News
WhatsApp Image 2023-10-04 at 17.25.00
samparksetu

” ବାପା “

ପ୍ରକୃତିର ଉଦାର ଆତ୍ମା,
ଅସୀମ ତାଙ୍କ ଧୈର୍ଯ୍ୟ
ଗୋଟିଏ ପରିବାରର ଆବଶ୍ୟକତା
ମୋ ବାପା ମୋ ପାଇଁ ସ୍ୱତନ୍ତ୍ର ସତ୍ତା

ପ୍ରକୃତିର ଉଦାର ଆତ୍ମା,
ଅସୀମ ତାଙ୍କ ଧୈର୍ଯ୍ୟ
ଗୋଟିଏ ପରିବାରର ଆବଶ୍ୟକତା
ମୋ ବାପା ମୋ ପାଇଁ ସ୍ୱତନ୍ତ୍ର ସତ୍ତା

ଝିଅଟିର ଛୋଟ ଦୁନିଆର କେନ୍ଦ୍ର
ବାପା ଝିଅଟିର ଛୋଟ ଦୁନିଆର କେନ୍ଦ୍ର
ବାପାଙ୍କ ଉତ୍ସର୍ଗର ସର୍ବଦା ଥିଲି ମୁଁ ଅସ୍ପଷ୍ଠ
ବାପାଙ୍କ ଉତ୍ସର୍ଗର ସର୍ବଦା ଥିଲି ମୁଁ ଅସ୍ପଷ୍ଠ

ତାଙ୍କ ଅନୁପସ୍ଥିତି ଜଣାଇ ଦେଉଛି
ସେ ଥିଲେ କର୍ତ୍ତବ୍ୟରେ ଦାୟିତ୍ୱରେ ପରିପକ୍ୱ
ତାଙ୍କ ଅନୁପସ୍ଥିଥତି ଜଣାଇ ଦେଉଛି
ସେ ଥିଲେ କର୍ତ୍ତବ୍ୟରେ ଦାୟିତ୍ୱରେ ପରିପକ୍ୱ

ସେ ମୋ ଅଭେଦ୍ୟ ବର୍ଣ୍ଣବୋଧ
ସେ ମୋ ପ୍ରଥମ ମାଟି ସିଲଟ
ମୁଁ ଏବେବି ତାଙ୍କର ସେଇ ନିର୍ବୋଧ
ସେ ମୋ ଜୀବନର ପ୍ରଥମ ବହି ମଲାଟ
ସେ ମୋ ଜୀବନର ପ୍ରଥମ ବହି ମଲାଟ

ଝିଅର ସୁରକ୍ଷା କବଚ ବାପାଙ୍କ ସ୍ନେହ
ଝିଅର ସୁରକ୍ଷା କବଚ ବାପାଙ୍କର ସ୍ନେହ
ତାଙ୍କ ପ୍ରେରଣାରେ ମୋର ବର୍ତ୍ତମାନ
ଜୀବନକୁ କରିଛି ଆଲୋକିତ ଓ ଉଜ୍ଜ୍ୱଳମାନ
ଅତ୍ୟଧିକ ଶକ୍ତିଶାଳୀ କେବଳ ବାପାଙ୍କ ବନ୍ଧନ
ଅତ୍ୟଧିକ ଶକ୍ତିଶାଳୀ କେବଳ ବାପାଙ୍କ ବନ୍ଧନ

ବାପା ପ୍ରକୃତରେ ସର୍ବୋତ୍ତମ ସ୍ନେହ ତ୍ୟାଗର ସମ୍ପୂର୍ଣ୍ଣ
ଘରର ଶକ୍ତି – ପରାମର୍ଶ ଏବଂ ସାହାଯ୍ୟ ବ୍ୟକ୍ତି
ତୁମେ ସନ୍ତାନର ଆଦର୍ଶ ଚିର ସମ୍ମାନସ୍ପଦ
ତୁମେ ସମ୍ପର୍କର ଶ୍ରେଷ୍ଠ ପୁରୁଷ
ତୁମେ ସମ୍ପର୍କର ଶ୍ରେଷ୍ଠ ପୁରୁଷ
ବାପା ତୁମେ ପ୍ରଭୁଙ୍କର ଦୂତ ଅବା ଭିନ୍ନ ଏକ ମନୁଷ୍ୟମନୁଷ୍ୟ
ବାପା ତୁମେ ପ୍ରଭୁଙ୍କର ଦୂତ ଅବା ଭିନ୍ନ ଏକ ମନୁଷ୍ୟ
ଭିନ୍ନ ଏକ ମନୁଷ୍ୟ…….

new life
You might also like
error: Content is protected !!