News
WhatsApp Image 2023-10-04 at 17.25.00
samparksetu

ଧାନ ବିକିବାକୁ ନାମ ପଞ୍ଜିକରଣ ସତ୍ତ୍ୱେ ତାଲିକାରେ ନାମ ନାହିଁ !

ସଦର ବ୍ଲକ ସ୍ଥିତ ମଧୁସାହୁ ପାଟଣା ଗ୍ରାମର ଶ୍ରନିବାସ ସାହୁ ମଣ୍ଡିରେ ତାଙ୍କ ଧାନ ଦେବାକୁ ନାମ ପଞ୍ଜିକରଣ କରିଥିଲେ l ମାତ୍ର ତାଙ୍କ ନାମ ପଞ୍ଜିକରଣ ତାଲିକାରେ ନାହିଁ l କାରଣ ଶ୍ରୀନିବାସ ସାହୁ ଦେଇଥିବା ଜମି ର ତଦନ୍ତ ଭାର ଚନ୍ଦ୍ରଶେଖର ପ୍ରସାଦ ସମବାୟ ସମିତିର ସମ୍ପାଦକ ସ୍ଥାନୀୟ ବାଲ୍ୟମ୍ବା ରାଜସ୍ବ ନିରୀକ୍ଷକଙ୍କୁ ଦେଇଥିଲେ l

ତାହା ନିଜେ ତଦନ୍ତକୁ ନ ଯାଇ ତାଙ୍କ ପାଖରେ ରଖିଥିବା ବେସରକାରୀ ବ୍ୟକ୍ତିଙ୍କୁ ପଠାଇଥିଲେ, ଯିଏକି ଜମିରେ ଧାନ ହେଉନାହିଁ ବୋଲି ରିପୋର୍ଟ ଦର୍ଶାଇଥିଲେ l

ପ୍ରକାଶ ଥାଉକି ତାଙ୍କ ଜମିକୁ ସରକାରୀ କର୍ମଚାରୀ ଯାଇ କ୍ରପ କଟିଙ୍ଗ କରି ଧାନର ମାନ ନିର୍ଧାରଣ କରିଥିଲେ l ଯଦି ଜମିରେ ଧାନ ହୋଇନାହିଁ ତେବେ ସରକାରୀ ବାବୁ କାହା ଧାନ ତାଙ୍କ ତାଲିକା ଭୁକ୍ତ କରିଥିଲେ l ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀନିବାସ କରଜ କରି କରିଥିବା ଧାନକୁ ନେବ କିଏ ଓ ତାଙ୍କ କରଜ ଟଙ୍କା ଶୁଝିବେ କେମିତି ? ଏହି ପରିପ୍ରେକ୍ଷୀରେ ଶ୍ରୀନିବାସ ତାଙ୍କର ଧାନ ମଣ୍ଡିରେ କିଣିବା ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ଫେରାଦ ହୋଇଥିଲେ l

new life
You might also like
error: Content is protected !!