ଢେଙ୍କାନାଳ ଜିଲ୍ଲା ,ଷଢଙ୍ଗୀ ବନଖଣ୍ଡ ଅଧିନସ୍ଥ ରତନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଆ ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଏକ ଜଙ୍ଗଲୀ ବାରହା ଆଜି ସକାଳୁ ପଡି ଯାଇଥିଲା l ବାରହା ଙ୍କ ଓଜ଼ନ ପ୍ରାୟ ଏକ କ୍ୱିଣ୍ଟାଲ ରୁ ଅଧିକ ହେବ l
ଏ ବିଷୟରେ ସଙ୍ଗେ ସଙ୍ଗେ ଷଢଙ୍ଗୀ ବନଖଣ୍ଡ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିଲା l ବନ ବିଭାଗ ଆସିବା ପୂର୍ବରୁ ଗ୍ରାମର ଯୁବ ସଂଗଠନ ବାରର୍ହା ଟିକୁ ବଞ୍ଚେଇ ରଖିବା ପାଇଁ କଦଳୀ ଗଛ କୂଅ ମଧ୍ୟରେ ପକାଇଥିଲେ l ପ୍ରାୟ ତିନି,ଚାରି ଘଣ୍ଟା ବିଳମ୍ବରେ ଖଙ୍କିରା ଫରେଷ୍ଟ ବିଟ ରୁ ଫରେଷ୍ଟ ଗାର୍ଡ ଦୁଷ୍ମନ୍ତ ସିଂ ଙ୍କ ତତ୍ବାବଧାନରେ ଜଙ୍ଗଲ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ଙ୍କ ସହଯୋଗରେ ଜଙ୍ଗଲୀ ବାରହା ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିଶ୍ଚନ୍ତା ସଂଗ୍ରଖିତ ଜଙ୍ଗଲରେ ଛଡା ଯାଇଥିଲା l