ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ରାସୋଳ ଥାନା ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏହି ଗ୍ରାମ୍ୟ ବ୍ୟାଙ୍କରୁ ଆଜି ଆପରାହ୍ନରେ ଟଙ୍କା ଓ ସୁନା ଗହଣା ମିଶି ପ୍ରାୟ କୋଟିଏ ଟଙ୍କାର ସମ୍ପତି ଲୁଟ ହୋଇଛି ।
ଏପରିକି ଲୁଟେରାମାନେ ମାରଣାସ୍ତ୍ର ଦେଖାଇ କର୍ମଚାରୀଙ୍କୁ ଆକ୍ରମଣ ସହ ଟଙ୍କା ସୁନା ଓ କମ୍ପ୍ୟୁଟର ହାର୍ଡଡିସ୍କ ଆଦି ଲୁଟି ନେଇଛନ୍ତି ।
ଦୁଇଟି ବୁଲେଟ୍ ରେ ୪ ଜଣ ଲୁଟେରା ଅଚାନକ ଆସିଥିଲେ। ସମସ୍ତେ ମୁଖା ପିନ୍ଧିବା ସହ ବନ୍ଧୁକ ଏବଂ ଛୁରୀ ଧରି ଥିଲେ। ବ୍ୟାଙ୍କର କ୍ୟସିୟର ଏବଂ ଫିଲ୍ଡ ଅଫିସରଙ୍କୁ ପ୍ରଥମେ ଆହତ ମଧ୍ୟ କରି ଭୟଭୀତ କରାଇ ଲୁଟ କରିଥିଲେ। ଏକ କୋଠରୀରେ ସମସ୍ତ କର୍ମଚାରୀ ମାନଙ୍କୁ ବନ୍ଦୀ କରି କମ୍ପ୍ୟୁଟର ହାର୍ଡ ଡିସ୍କ ନେଇ ଯାଇଥିବା ସୂଚନା ମିଳିଛି।
ଖବର ପାଇ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି। ଢେଙ୍କାନାଳ ଏସ୍ପି ଏବଂ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।