ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନସ୍ଥ ମହାବିରୋଡ ଫାଣ୍ଡି ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ ପରଜଙ୍ଗ ବ୍ଲକ ମୁଣ୍ଡେଇଲୋ ବ୍ରାହ୍ମଣ ଶାସନ ଗ୍ରାମର ସ୍ବର୍ଗତ ସାଧୁଚରଣ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା (୪୦)ଙ୍କ ପୁଅ ବିଶ୍ବଭୂଷଣ ପଣ୍ଡା (୧୫)ବର୍ଷ ମହାବିରୋଡ ଗ୍ରାମର ପିଉସୀ ରୀତାରାଣି ପଣ୍ଡା ସ୍ଵାମୀ ଅଜୟ କୁମାର ପାଣିଙ୍କ ଘରେ ରହି ପାଠ ପଢ଼ୁଥିଲା ।
ନିକଟରେ ଛାତ୍ର ଜଣଙ୍କ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣାପଡିଛି ।ବିକି ଗତ ୧୦ ତାରିଖ ଅପରାହ୍ନ ପ୍ରାୟ ୫ ଟା ସମୟରେ ନିକଟସ୍ଥ ଏକ ପଡୋଶୀ ଘରକୁ ସାଇକେଲ ଯୋଗେ କ୍ଷୀର ପାଇଁ ଯାଇ କ୍ଷୀର ଧରି ଘରକୁ ଫେରୁଥିବା ବାଟରେ ଜଣଙ୍କ ଘରେ କ୍ଷୀର ଓ ସାଇକେଲ ରଖି ଦେଇ ମୁଁ ଆସୁଛି ବୋଲି ଛାତ୍ର ଜଣଙ୍କ କହି ସେଠାରୁ ଆସିଥିଲା ,କିନ୍ତୁ ସେତିକିବେଳେ ଲୋକମାନଙ୍କ କହିବା ଅନୁଯାୟୀ ଗୋଟିଏ ବାଇକରେ ଦୁଇ ଜଣ ହେଲମେଟ ପିନ୍ଧି ବିକିକୁ ଡାକିଥିଲେ , ଯାହାକି ଦୁଇ ଜଣ ଅଚିହ୍ନା ଯୁବକ ହୋଇଥିବାରୁ ସେମାନଙ୍କ ସହିତ ମୋ ପୁଅ ବିକି ଯାଇଛି ବୋଲି ମହାବିରୋଡ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।
ଗଲା ବେଳେ ଫୁଲ ଜିନ୍ ପ୍ୟାଣ୍ଟ୍ ଓ କଳା ଧଳା ଗାର ପଡ଼ିଥିବା ସ୍ପଟିଂ ପିନ୍ଧିଛି ,ଦେହର ରଙ୍ଗ ସାବନା ଓ ପାଞ୍ଚ ଫୁଟ୍ ଦୁଇ ଇଞ୍ଚ ବୋଲି ବିକିର ବାପା ଜଣାଇଛନ୍ତି ,ଏତଦ୍ ବ୍ୟତୀତ ସନ୍ଧାନ ମିଳିଲେ ଦୁଇଟି ମୋବାଇଲ ନମ୍ବର ଜଣାଇଛନ୍ତି ,୯୪୩୭୪୪୩୧୮୫, ୮୬୬୮୬୧୬୫୫୦