News
WhatsApp Image 2023-10-04 at 17.25.00
samparksetu

୫ କୋଟି ଟଙ୍କାର ବିଲ୍ଡିଂ ପାଲଟିଛି ଭୂତକୋଠି !

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନବଜୀବନ ପୁର ଡୋକ୍ରା କାରିଗର ପାଇଁ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ।ତିନି ବର୍ଷ ହେବ ଉଦଘାଟନ ଶେଷ ହୋଇଥିଲେ ମଧ୍ୟ ଏହି କୋଠା ଘର ଏବେ ବି ଭୂତ
କୋଠିରେ ପରିଣତ ହୋଇରହିଛି । ନବଜୀବନପୁର ଗ୍ରାମ ଡୋକ୍ରା କାର୍ଯ୍ୟର ଗ୍ରାମ ଭାବରେ ବେଶ ପରିଚିତ ।

ସଦର ବ୍ଲକ ସପ୍ତଶଯ୍ୟା ନିକଟରେ ଅବସ୍ଥିତ ଏହି ଗ୍ରାମରେ କଳାକୃତି ଏବଂ ଡୋକ୍ରା କାର୍ଯ୍ୟର ବିକାଶ ପାଇଁ ସରକାରଙ୍କ ତରଫରୁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ବିଲ୍ଡିଂ କରାଯାଇଥିଲା ।ଏହି ଗ୍ରାମକୁ ରୁରାଳ ଟୁରୀଜିମ୍‌ରେ ଅନ୍ତର୍ଭୁକ୍ତ କରି ଏହାର ବିକାଶ ଏବଂ ଶସକ୍ତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା କରାଯାଇଥିଲା ।

କଳାକୃତିର ଗ୍ରାମକୁ ଅଧିକ ଆକୃ୍‌ଷ୍ଟ କରିବା ପାଇଁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ କୋଠାଘର ନିର୍ମ।ଣ କରାଯାଇଥିଲା ।୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ବି ସରିଛି । କିନ୍ତୁ ସେଦିନ ଠାରୁ ସେହି ଘରେ ତାଲା ପଡିରହିଛି ।

ହସ୍ତଶିଳ୍ପର ବିକାଶ ଏବଂ ଡୋକ୍ରା।କାରିଗର ମାନେ। ଏକତ୍ର ରହି ନିଜର କଳାକୃତିର ବିକାଶ ପାଇଁ କାର୍ଯ୍ୟକରିବାକୁ ଏହି କୋଠା ଘର ନିର୍ମାଣ କରାଯାଇଥିଲା ।ପର୍ଯ୍ୟଟନ ବିଭାଗ ଏବଂ ଓରମାସ ମଧ୍ୟରେ ତାଳମେଳ ଅଭାବରୁ ଏହି ପ୍ରକଳ୍ପ ଆଗକୁ ବଢିବାରେ ବଫି ଳ ହୋଇଛି । ଏହାର ରକ୍ଷଣାବେକ୍ଷଣ ନିମନ୍ତେ ପଞ୍ଚୟତକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ପଞ୍ଚାୟତର ନିଜସ୍ୱ ସମ୍ବଳ ଅଭାବରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଓରମାସକୁ ହସ୍ତାନ୍ତର କରାଯାଇଥିଲା ।

ଅନୁରୂପ ଭାବରେ ଓରମାସର ସମ୍ବଳ ଏବଂ ଲୋକ ଅଭାବରୁ ଏହାର ରକ୍ଷଣାବେକ୍ଷଣ ହେବାତ ଦୂରର କଥା ଯେଉଁ କାର୍ଯ୍ୟ ପାଇଁ ସରକାରଙ୍କ ଅର୍ଥକୁ ବିନିଯୋଗ କରି ଏହା କରାଯାଇଥିଲା ତାହାର ଉଦ୍ଦେଶ୍ୟ ପୂରଣ ହେବାର ନାଁ ଧରୁନି । ବିଭିନ୍ନ ସମୟରେ ଦେଶ ବିଦେଶର ପର୍ଯ୍ୟଟକ ମାନେ ଏଠାକୁ ଆସୁଥିବା ବେଳେ ଏବେ ଏହାର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

new life
You might also like
error: Content is protected !!