ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ କଣ୍ଟାବଣିଆ ଟାଟା ବିଏସଏଲ କାରଖାନା ନକଟରେ ଏକ ଟାଟା ଏସିରେ ହଠାତ ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଯାଇଛି । ଟାଟା
ବିଏସଏଲ କାରଖାନାକୁ ଶ୍ରମିକ ମାନଙ୍କୁ ନେବା ଆଣିବା କରିବା ପାଇଁ ଏକ ଟାଟା ଏସି ଗାଡି ନଂ ଓଆର୧୯ବି୬୩୬୧ଟି ନିୟୋଜିତ ହୋଇଥିଲା ।
ଶନିବାର ସକାଳ ସାଢେ ଆଠଟା ସମୟରେ ଶ୍ରମିକ ମାନଙ୍କୁ ନେଇ ଟାଟାଏସିଟି ଶ୍ରମିକମାନଙ୍କୁ ଛାଡି ଫେରୁଥିବା ସମୟରେ ତାଳବାହାଳ ଛକରେ ହଠାତ୍ ଗାଡେି ର ନିଆଁ ଲାଗିଯାଇଥିଲା । ଡ୍ରାଇଭର ଚତୁରତାର ସହିତ ଗାଡିରୁ ଓହ୍ଲାଇ ଯାଇଥିବାବେଳେ ଗାଡିଟି
ଗଳିବାକୁ ଲାଗିଥିଲା ।
ମୁଖ୍ୟ ଗେଟ ନିକଟରେ ଏହି ଘଟଣା ଘଟିଥିଲେ ମଧ୍ୟ ସେଠାରେ ଥିବା ସୁରକ୍ଷା କର୍ମୀ ମାନେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ବହୁ ସମୟ ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚିବ ବେଳକୁ ଗାଡିଟି ସମ୍ପୁ୍ର୍ଣ୍ଣ ଜଳିଯାଇଥିଲା ।