ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ତାଳବରକୋଟ ପଞ୍ଚାୟତ ଅନ୍ତର୍ଗତ ସିଆରିଆ ଗ୍ରାମରେ କଲ୍ୟାଣ ଫାଉଡେସନ ଏବଂ ବାପୁଜୀ କ୍ଳବ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶିବିର ରେ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ ଜୟ ନାରାୟଣ ପାଢ଼ି, ଟେକନିସିଆନ ପରମାନନ୍ଦ ପଣ୍ଡା, ରୋହିତ କୁମାର ଦାସ, ଅଜୟ ସ୍ୱାଇଁ, ବରୁଣ ସାହୁ, ତପନ ଜେନା ଶିବିରରେ ରକ୍ତ ସଂଗ୍ରହ କରିଥିଲେ | ସିଆରିଆ ଭଗବାନ ବିଦ୍ୟାମନ୍ଦିରର ସ୍କାଉଟ ମାଷ୍ଟର ବିଦୁର କୁମାର ସାମଲ, ଏସ ମହାପ୍ରସାଦ ସାମଲ, ବିସ୍ମୟ ରାଉତ ଶୁଚିସ୍ମତି ସ୍ୱାଇଁ, ସୋନାଲି ଶୁଚିସ୍ମତି ଖୁଣ୍ଟିଆ, ଚି଼ମୟ ରାଉତ, ଅମର ଜ୍ୟୋତି ସାହୁ, ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।
କଲ୍ୟାଣ ଫାଉଡେସନର ମୁଖ୍ୟ ଶ୍ରୀ ପ୍ରଦୀପ ସ୍ୱାଇଁ, ବାପୁଜୀ କ୍ଲବ ସଭାପତି ଚିନ୍ତାମଣି ମହାନ୍ତି, ଚନ୍ଦନ ବେହେରା, ବସନ୍ତ କୁମାର ସାହୁ, ବଳରାମ ସାହୁ, ଧିରେନ ଦାସ, ରସାନନ୍ଦ ପ୍ରଧାନ, ପ୍ରମୁଖ ବେକ୍ତିମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶିବିର ପରିଚାଳନା ହୋଇଥିଲା ।
ବଜରଙ୍ଗ କ୍ଲବ, ଢେଙ୍କାନାଳ ର ସଭାପତି ଶ୍ରୀ ଆମେନ୍ଦ୍ର ସାମଲ, ସନ୍ଦୀପ ଷଡ଼ଙ୍ଗୀ ସଦସ୍ୟ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକା ଭାବରେ ଉଦଘାଟନ କରିଥିବାବେଳେ ଶ୍ରୀ ବ୍ରହ୍ମାନଦ ରାଉତ, ପ୍ରାକ୍ତନ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ,ଆଠଗଡ଼ ଉକ୍ତକାଯ୍ୟକର୍ମକୁ ସଂଚାଳନ କରିଥିଲେ ।