ଢେଙ୍କାନାଳ ବନଖଣ୍ଡ ମହାବୀରୋଡ ରେଞ୍ଜ୍ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆମ୍ବପଳାଶ ସଂରକ୍ଷିତ ଜଙ୍ଗଲ ରେ ଏକ ଗୋଠ ଛଡା ଅସୁସ୍ଥ ମାଈ ହାତୀ କୁ ଟ୍ରଙ୍କୁଲାଇଜ କରି ଚିକିତ୍ସା କରିଛି ବନ ବିଭାଗ।
ସୂଚନା ମୁତାବକ ଦେବଗଡ଼ ବନ ଖଣ୍ଡରୁ ଏକ୍ ଗୋଠ ଛଡା ମାଈ ହାତୀ ଟି ମହାବିରୋଡ଼ ରେଞ୍ଜ୍ ଅଞ୍ଚଳକୁ ଆସିଥିବା ବେଳେ, ମାଈ ହାତୀ ଟି ର ଶୁଣ୍ଢ ନିକଟରୁ କୌଣସି କାରଣରୁ ସଂକ୍ରମଣ ହୋଇ ରକ୍ତ ସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା ।
ତେବେ ଏ ନେଇ ବନ ବିଭାଗ ଜାଣିବା ପରେ ଢେଙ୍କାନାଳ ବନ ଖଣ୍ଡ ଅଧିକାରୀ ହାତୀ ନିକଟେ ପହଂଚି ହାତୀ ଟିକୁ ଟ୍ରଙ୍କୁଲାଇଜ କରି ଚିକିତ୍ସା କରିଛନ୍ତି। ତେବେ ହାତୀଟି ଚିକିତ୍ସା ପରେ ସୁସ୍ଥ ଥିବା ବନ ବିଭାଗ ସୂଚନା ଦେଇଥିବା ବେଳେ, କେଉଁ କାରଣରୁ ହାତଟି ସଂକ୍ରମଣ ହୋଇଛି ତାହା ଏବେ ସ୍ପଷ୍ଟ ହୋଇନଥିବା ଜଣାପଡିଛି।