ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ପରମହଂସ ପୁର ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ରେ ଏକ ପଲସର ଯୋଗେ ଦୁଇ ଜଣ ଆସି ଆଉ ଏକ ମଟର ସାଇକେଲ ରେ ଯାଉଥିବା ଜଣେ ପେଟ୍ରୋଲ ପମ୍ପ ର କର୍ମଚାରୀଙ୍କ ଠାରୁ ବନ୍ଧୁକ ଲଗାଇ ଟଙ୍କା ଓ ବ୍ୟାଗ ଛଡ଼ାଇ ନେଲେ।
ସୂଚନା ଅନୁଯାୟୀ ପରମହଂସ ପୁର ଠାରେ ଥିବା ଦେହୁରୀ ପେଟ୍ରୋଲ ପମ୍ପ ର ମ୍ୟାନେଜର ସଞ୍ଜୟ , ରବିବାର ଦିନ ଶୀଘ୍ର ମାଲିକଙ୍କ ଘରକୁ ୨ ଲକ୍ଷ ୭୫ ହଜାର ଟଙ୍କା ମୋଟର ସାଇକେଲ ଯୋଗେ ଏକ ଏୟାର ବ୍ୟାଗ ରେ ନେଇ ଯାଇଥିଲେ। ଦୁଇଜଣ ଦୁର୍ବୃତ୍ତ ପଲସର୍ ଗାଡ଼ିରେ ଆସି ତାଙ୍କୁ ଅଧ କିଲୋମିଟର ପର୍ଯ୍ୟନ୍ତ ସାଇଡ କରି କରି ନେଇ ଏକ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଟ୍ରକ୍ ଠାରେ ତାଙ୍କୁ ଚାପି ଦେଇଥିଲେ। ଫଳରେ ସଂଜୟ ରାସ୍ତାରେ ଖସି ପଡିଥିଲେ।
ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାନ୍ଧରୁ ଏୟାର ବ୍ୟାଗ ଟି ଛଡ଼ାଇ ନେଲେ । ସଙ୍ଗେ ସଙ୍ଗେ ଆଖି ପିଛୁଳାକେ କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିବାର ଅଭିଯୋଗ ହୋଇଛି।