News
WhatsApp Image 2023-10-04 at 17.25.00
samparksetu

ଅଙ୍ଗନବାଡ଼ି କେନ୍ଦ୍ର କୁ ପୃଷ୍ଟିକର ଖାଦ୍ୟ ନମିଳିବା ଘଟଣା ; କାର୍ଯ୍ୟରେ ଅବହେଳା ନିମନ୍ତେ କାରଣ ଦର୍ଶାଅ ନୋଟିସ ଜାରି କଲେ ଉପଜିଲ୍ଲାପାଳ

ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡିକେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଢେଙ୍କାନାଳ ଅପଡେଟ ରେ ପ୍ରକାଶ ପାଇବା ପରେ ଜିଲା ସାମଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରାୟ ତଦନ୍ତ କରିଥିଲେ । ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ୧୫୮/୧୫.୦୧.୨୦୨୨ରେ ଏକ ନୋଟିସ ଜାରୀ ହୋଇଛି । ଖବରରୁ ଜଣାଯାଏ ଯେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଗୋପାଳପୁର ପାଟଣାସାହିର ୩୪ ନଂ କେନ୍ଦ୍ରରେ ।

କର୍ମୀ ସେବତୀ ମହାରଣା ସେହି ଅଚଂଳର ହିତାଧିକାରୀଙ୍କୁ ପୃଷ୍ଟିକର ଖାଦ୍ୟ ଭାବରେ ଦିଆଯାଉଥିବା ଅଣ୍ଡା ଛତୁଆ ଲଡୁ ହୁଡୁମ ଗରମ ରନ୍ଧା ଖାଦ୍ୟ ବାବଦକୁ ଚାଉଳ ଦିଆଯାଉନଥିବା ନେଇ ବାରମ୍ବାର ଲିଖିତ ଭାବେ ଜଣାଯାଇଥିଲେ ବି ସିଡିପିଓଙ୍କ କାର୍ଯ୍ୟାଳୟ କୈଣସି ପ୍ରକାର ସହଯୋଗ ନମିଳିବାରୁ ଦାୟିତ୍ୱରେ ଥିବା ବିଡିଓ ଆର୍ଶୀବାଦ ପରିଡା ଙ୍କୁ ଲିଖିତ ଭାବେ ଜଣାଇଥିଲେ ।

ଲିଖିତ ଦରଖାସ୍ତ ଦେବାପରେ ବି ବିଡିଓ କିଛି ନବୁଝିବାରୁ ୨୦ରୁ ଉର୍ଦ୍ଧ୍ବ ହିତାଧିକାରୀ ସିଡିପିଓଙ୍କ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ଘେରି ରହିଥିଲେ । ଖାଲି ସେତିକି ନୁହେଁ ଖୋଦ ଅଙ୍ଗନୱାଡି ସହାୟିକା ରଶ୍ମିତା ସାହୁ ମଧ୍ୟ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ରତ୍ନପ୍ରଭା ସାହୁ, ପୁଷ୍ପାଞ୍ଜଳୀ ସାହୁ , ପ୍ରତି ସାହୁ ,ରସ୍ମିତା ସାହୁ , ଗୈାରୀ ସାହୁ ସବିତା ସାହୁ ପ୍ରିୟଙ୍କା ସାହୁ , ଲିଲିମା ସାହୁ ,ରୀନା ସାହୁ ସସ୍ମିତା ସାହୁ , ଝୁନୁବାଳା ମେହେଣା ସିଲକି ଅଗ୍ରୱାଲା ରୋହିନୀ ଅଗ୍ରୱାଲା , ସୁଜତା ସାହୁ ,ବାବୁଲି ସାହୁ ,ନୈନା ଅଗ୍ରୱାଲା ପ୍ରମୁଖ ଅଭିଯୋଗକାରୀ ସେହି ସମୟରେ ଉପସ୍ଥିତ ଥିଲେ ।

ଅଙ୍ଗନବାଡ଼ି କର୍ମୀ ସେବତୀ ମହାରଣା , ସୁପରଭାଇଜର ଇନ୍ଦୁମତି ବେହେରା ,ବିଡିଓ ଆର୍ଶୀବାଦ ପରିଡା ଉପସ୍ଥିତ ରହି ତଦନ୍ତ କରିଥିଲେ । ହିତାଧିକାରୀ ମାନେ କିଭଳି ସେମନଙ୍କର ପ୍ରାପ୍ୟ ପାଇପାରିବେ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ହେଲେ ୧୩ ତାରିଖ ଠାରୁ ଅଦ୍ୟାବଧି କୈଣସି ସୁଫଳ ମିଳିଲା ନାହିଁ । କିନ୍ତୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି ହୋଇଥିବାଜଣାଯାଇଛି । ଅଭିଯୋଗକାରୀ ଓ ଅଫିସିଆଲଙ୍କୁ ନେଇ କାମାକ୍ଷାନଗର ଠାରେ ଏକ ସମାଧାନ ବାଟ ବାହାର କରାଯିବାକୁ ଚେଷ୍ଠାଜାରି ରହିଥିବା ଜଣାଯାଇଛି ।

new life
You might also like
error: Content is protected !!