News
WhatsApp Image 2023-10-04 at 17.25.00
samparksetu

୧୪ ତମ ମହାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,ପିତିରି ଚମ୍ପିୟାନ

ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତର ପରହଂସପୁର ଗ୍ରମରେ ୧୪ ତମ ମହାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏକ ଦିବସୀୟ ଖେଳ ଅନୁଷ୍ଠିତ ହେଇଯାଇଛି । ଏଥିରେ ତାଳଚେର ଓ ପରଜଙ୍ଗ ଅଞ୍ଚଳର ୮ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ , ପ୍ରଥମେ କୁଆଳୋ ଗ୍ରାମ ର ଯୁବ ସମାଜସେବୀ ଅଜିତ୍ କୁମାର ସାହୁ ପୂଜାର୍ଚ୍ଚନା ,ଫିତାକାଟି ଖେଳକୁ ଶୁଭାରମ୍ଭ କରିଥିଲେ ।

ଆଠଟି ଦଳ ମଧ୍ୟରୁ ଫାଇନାଲ ମ୍ୟାଚରେ ପିତିରି ଓ କୁଲେଇ ମଧ୍ୟରେ କଡା ଟକ୍କର ହୋଇଥିଲା , କୁଲେଇ ଟିମ୍ ପ୍ରଥମେ ବ୍ୟାଟିଂ କରି ୮ ଓଭର ସମସ୍ତ ଉଇକେଟ ହରାଇ ୫୦ ରନ୍ କରିଥିବାବେଳେ ପିତିରି ଟିମ୍ ଜବାବରେ ୫.୩ ଓଭର ୨ ଉଇକେଟ ହରାଇ ୫୧ ରନ୍ କରି ୧୪ ତମ ମହାପାଟ୍ଟ କ୍ରିକେଟ ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରିଥିଲା । ମ୍ୟାନ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ ଅଫ୍ ଦି ସିରିଜ କାନ୍ତ ଭୁତିଆ ବିବେଚିତ ହୋଇଥିଲେ ।

ମୁଖ୍ୟ ଅତିଥି ଭାବେ ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଏଲିନା ଭୂତୁଆ , ପୂର୍ବତନ ସରପଞ୍ଚ ଅନିଲ କୁମାର ଭୂତିଆ , ସମ୍ମାନନୀୟ ଅତିଥି ଜି ଏମ ଆଇରନ ଷ୍ଟିଲ ପ୍ଲାଣ୍ଟର ମାନବ ସମ୍ବଳ ଅଧିକାରୀ ତପନ କୁମାର ଧର , ଚିତ୍ତରଞ୍ଜନ ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ ଟ୍ରଫି ପ୍ରଦାନ କରିଥିଲେ ।

new life
You might also like
error: Content is protected !!