ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ମୃତ ଦେହ ରଖି କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ ।
ଗତ କାଲି ଅପରାହ୍ନରେ ଏକ ହାଇୱା ଟ୍ରକ ଧକ୍କାରେ ବଡଝରା ଗାଁର ପ୍ରଫୁଲ୍ଲ କୁମାର ପଣ୍ଡା ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ବଡଝରା ଗାଁର ଶତାଧିକ ଲୋକ ରାସ୍ତା ଉପରେ ମୃତ ଦେହ ରଖି ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ କୁନାଲ ନାମକ ଠିକା ସଂସ୍ଥାର କର୍ମଚାରୀ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିବାରର ଜଣଙ୍କୁ ଠିକା ସଂସ୍ଥା ରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ପରେ ରାସ୍ତାରୋକ ଉଠିଥିଲା ।