କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଗଣିତ ପ୍ରୟୋଗ ଶାଳାରେ ଚଳିତ ମାସ ୧୯ ତାରିଖରୁ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା ଆରମ୍ଭ ହୋଇ ୨୫ ତାରିଖ ରେ ଉଦଯାପିତ ହୋଇଛି । ଏହି କାର୍ମଶାଳାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କର ଶିକ୍ଷା ବିଭାଗ ର ଉପଦେଷ୍ଟା , ବିଜୱାଡା ର ଅବସରପ୍ରାପ୍ତ ଗଣିତ ଅଧ୍ୟାପକ ଡ଼.ପି. ସତ୍ୟନାରାୟଣ ଶର୍ମା କର୍ମଶାଳା ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ ।
ବିଦ୍ୟାଳୟ ର ସମସ୍ତ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ଗଣିତ ପ୍ରକଳ୍ପ , ନିର୍ମାଣ କରିବା ସହ ଏହାର ଉପଯୋଗୀତା ଓ ପ୍ରୟୋଗ ବିଷୟରେ ଶିକ୍ଷା ଲାଭ କରିଥିଲେ । ବିଭିନ୍ନ ଜ୍ୟାମିତିକ ମଡେଲ ଓ ଚାର୍ଟ ଗୁଡିକ ମାଧ୍ୟମରେ , ବୀଜ ଗଣିତ , ପରିମିତି , ସ୍ଥାନଙ୍କ ଜ୍ୟାମିତି , ତ୍ରିକୋଣମିତି ଆଦି କ୍ଳିଷ୍ଟ ପ୍ରଶ୍ନ ର ସମାଧାନ ସହଜରେ କରିବା ର କୌଶକ ଶିକ୍ଷା ଲାଭ କରିଥିଲେ । କର୍ମଶାଳା ମଧ୍ୟରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ର ଅବସରପ୍ରାପ୍ତ ପ୍ରମୁଖ ଏକାଡେମିକ ଅଧିକାରୀ ଡ଼ଃ ନଳିନୀ କାନ୍ତ ମିଶ୍ର ଯୋଗ ଦେଇ ଶିକ୍ଷକ ତଥା ଛାତ୍ର ଛାତ୍ରୀ ମାନଙ୍କର ଗଣିତ ରେ ବିଭିନ୍ନ ବିଷୟଗତ ଅସୁବିଧା କୁ ଆଲୋଚନା ଜରିଆରେ ଦୂର କରିଥିଲେ ।
କର୍ମଶାଳା ରେ ନିର୍ମିତ ମଡେଲ ଗୁଡିକ ଶିକ୍ଷକ ମାନଙ୍କ ଦ୍ୱାରା ଶ୍ରେଣୀ ଗୃହରେ ପ୍ରଦର୍ଶିତ ହେଲେ ଛାତ୍ରଛାତ୍ରୀ ଙ୍କ ଗଣିତ ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ଶ୍ରୀ ମିଶ୍ର ମତ ପ୍ରକାଶ କରିଥିଲେ । ଅପରାହ୍ନ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଜାପନ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ମୁଖ୍ୟ ଅତିଥି, ଶିକ୍ଷାବିତ ବଟକୃଷ୍ଣ ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ ଚରଣ ସାହୁ, ଲମ୍ବୋଦର ସାହୁ ଓ ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ପିଲାମାନଙ୍କ ଭିତରେ ଲୁଚିରହିଥିବା ଗୁଣା ବଳି ଗଣିତ ମଡେଲ ପ୍ରସ୍ତୁତ ଦ୍ଵାରା ଉଜ୍ଜୀବିତ ହୋଇପାରିବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ତରଫର ମୁଖ୍ୟ ଅତିଥିଙ୍କ ଦ୍ଵାରା ଶ୍ରୀ ଶର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଅଖିଳ ଭାରତୀୟ ବୈଦିକ ଗଣିତ ସହ ସଂଯୋଜକ ପ୍ରସନ୍ନ କୁମାର ସାହୁ ଉକ୍ତ କାର୍ମଶାଳାରେ ସହପ୍ରାଶିକ୍ଷାକ ଭାବେ ଯୋଗଦେଇଥିଲେ ।
ବିଦ୍ୟାଳୟର ଏହି ଗଣିତ ପ୍ରୟୋଗଶାଳାକୁ ଗଣିତ ମ୍ୟୁଜିଅମରେ ପରିରଣତ କରିବା ପାଇଁ ପ୍ରଧାନ ଶିକ୍ଷକ ଆଶା ପୋଷଣ କରିଥିଲେ । ଓଡ଼ିଶାରେ ଏପରି ଏକ ଅଭିନବ ପ୍ରୟାସକୁ କାର୍ମଶାଳା ନିର୍ଦ୍ଦେଶକ ଶ୍ରୀ ଶର୍ମା ଅତୀବ ପ୍ରଶଂସା କରିଥିଲେ । ନିଜେ ଶିଖି ଅନ୍ୟକୁ ଶିଖାଇଲେ କାର୍ମଶାଳାର ପ୍ରକୃତ ଉଦେଶ୍ୟ ସାଧିତ ହେବବୋଲି ସେ ପ୍ରକାଶ କରିଥିଲେ ।
ଗଣିତ ଶିକ୍ଷକ ଗଣିତ ଶିକ୍ଷକ ଧ୍ରୁବଚରଣ ସୁନ୍ଦରାୟ କର୍ମଶାଳକୁ ସୂଚାର ରୂପେ ପରିଚାଳନା କରିବା ସହ ସମସ୍ତଙ୍କୁ ଦନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ଗଣିତ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା , ନିରଞ୍ଜନ ସାହୁ , ବସନ୍ତ ସାହୁ , ଚିତ୍ତରଞ୍ଜନ ବିଶ୍ୱାଳ , ଶିକ୍ଷୟିତ୍ରୀ ସୁମିତ୍ରା ଜେନା , ଜ୍ୟୋତିର୍ମୟୀ ସାହୁ ପ୍ରମୁଖ କାର୍ମଶାଳାରେ ପ୍ରତ୍ୟକ୍ଷ ସହଯୋଗ କରିବା ସହ କମ୍ପ୍ୟୁଟର ବିଭାଗ ପକ୍ଷରୁ ସମରେନ୍ଦ୍ର ନାୟକ , ସୁଜିତ ବେହେରା ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାକର୍ମଚାରି ଏହି କର୍ମଶାଳା ରେ ସହଯୋଗ କରିଥିଲେ । କାର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ କରିଥିଲେ ।