News
WhatsApp Image 2023-10-04 at 17.25.00
samparksetu

୧୨ତମ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ୧୨ତମ ପ୍ରିୟବ୍ରତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଙ୍ଗମାଟିଆ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି।

ଏହି ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଗୋପାଳପୁର ଓ ମହାବୀର କ୍ଲବ ମହୁଲଖୋଳି ମଧ୍ୟରେ ହୋଇଥିଲା। ଏଥିରେ ପ୍ରଥମେ ଟସ୍ ଜିତି ଗୋପାଳ ପୁର ୧୫ ଓଭରରେ ୧୩୭ ରନ୍ କରିଥିବା ବେଳେ ମହୁଲଖୋଳି ୧୩୧ ରନ୍ କରିଥିଲା ଏବଂ ଏହି ମ୍ୟାଚଟିକୁ ଗୋପାଳପୁର ବିଜୟ ଲାଭ କରିଥିଲା ।

ହେମନ୍ତ ଗୋଛାୟତ ଓ ଲିଙ୍ଗରାଜ ବେହେରା ଖେଳଟିକୁ ପରିଚାଳନା କରିଥିବା ବେଳେ ସ୍କୋରରେ ସହାୟତା କରିଥିଲେ ବାଇନ ଓ ଭାନୁ।ଧାରାବିବରଣୀ ପଦ୍ମନାଭ ମହାଭୋଇ ଆଜିର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସାଗରୀକା ସାହୁ, ରୋଟାରିୟାନ ରାଜକିଶୋର ବେହେରା, ହକିକୋଚ ଗିରିଧାରୀ ସାମଲ ,ସମାଜସେବୀ ମାନସ ସାହୁ, ଆଦର୍ଶ ଶିକ୍ଷକ ବିଜୟ ସ୍ୱାଇଁ, ଗ୍ରାମ ସଭାପତି, ପ୍ରିୟବ୍ରତ ଟ୍ରଷ୍ଟ ତଥା ମହାବୀର କ୍ଲବର ସଭାପତି ଆଲୋକ ମହାଭୋଇ, ସମ୍ପାଦକ ମାନସ ସେଠି, ଆୟୋଜକ ମୁଖ୍ୟ ଗୋପବନ୍ଧୁ ବେହେରା ଉଦଯାପନୀ ଉତ୍ସବରେ ଉପସ୍ଥିତ ରହି ଭଲ ଖେଳାଳି, ତଥା ଅଞ୍ଚଳ ସମାଜ ସେବା ମାନଙ୍କୁ ଓ କୋରନା ଯୋଦ୍ଧା ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

new life
You might also like
error: Content is protected !!