News
WhatsApp Image 2023-10-04 at 17.25.00
samparksetu

ଅର୍ଥ ସାଜିଛି ବାଧକ, ଦୁଇ ବର୍ଷ ହେଲା ବିଛଣା ରେ ଜ୍ଞାନରଞ୍ଜନ

     ଓଡ଼ିଶା ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କିମ୍ବା କେନ୍ଦ୍ର ସରକାରଙ୍କର ହେଲଥ୍ କର୍ଡ ହେଉ ତାହାର ସୁବିଧା ଜାଣି ପାରୁନାହାନ୍ତି ଗ୍ରାମାଞ୍ଚଳରେ ଥିବା ଅଶିକ୍ଷିତ ଲୋକମାନେ । ନିର୍ବାଚନ ସମୟରେ ମିଠା ମିଠା କଥା କହୁଥିବା ସରପଞ୍ଚ କିମ୍ବା ଆଶା କର୍ମୀ କେହି ବି ସଠିକ୍ ବାଟ ବତାଇ ଦେବାପାଇଁ ଆଗେଇ ଆସୁ ନାହାନ୍ତି । 

ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ କନ୍ତୋର ପଞ୍ଚାୟତ କୋଷ୍ଟିଆ ବେଡା ଗ୍ରାମର ମକର ଧୋଜ ନାଏକ ଓ ମନୋରମା ନାଏକଙ୍କ ସାନ ପୁଅ ଜ୍ଞାନରଞ୍ଜନ ନାଏକଙ୍କ କଥା । ଜ୍ଞାନରଞ୍ଜନ ଭୁବନ ର ଏକ ହୋଟେଲ ରେ ମିସ୍ତ୍ରୀ ଭାବେ କାମ କରୁଥିଲେ ।ସ୍ୱଳ୍ପ ରୋଜଗାର ହେଲେ ମଧ୍ୟ ସୁରୁଖୁରୁରେ ଚଳିଯାଉଥିଲା ଘର କିନ୍ତୁ ସବୁଦିନ ସମାନ ଯାଏନି, ସୁରୁଖୁରୁରେ ଚଳୁଥିବା ଏ ଘରଟି ଉପରେ ହଠାତ ଦିନେ ଦୁଃଖର କଳାବାଦଲ ମାଡିଆସିଥିଲା , ୨୦୧୯ ମସିହା ନଭେମ୍ବର ୧୬ ତାରିଖ , ରାତି ପ୍ରାୟ ୯ ଟା ସମୟରେ ହୋଟେଲରୁ ନିଜ ଘରକୁ ଫେରୁଥାଆନ୍ତି ଜ୍ଞାନରଞ୍ଜନ , ଆଉମାତ୍ର ଗୋଟିଏ କିଲୋମିଟର ପରେ ପହଞ୍ଚି ଥାଆନ୍ତେ ଘରେ କିନ୍ତୁ ବିଧିର ବିଧାନ ଥିଲା ଅଲଗା l

ଫେରୁଥିବା ସମୟରେ ଗାଁ ପାଖରେ ହୁଅନ୍ତି ଦୁର୍ଘଟଣା ଗ୍ରସ୍ତ ,ଏକ ଅଜଣା ଗାଡି ପଛରୁ ତାଙ୍କୁ ଧକ୍କା ଦେଇଥିଲା, ରକ୍ତ ଜୁଡୁ ବୁଡୁ ହୋଇ ଚେତା ଶୂନ୍ୟ ଅବସ୍ଥା ରେ ପଡ଼ିଥିବା ଦେଖି ଲୋକମାନେ ଜ୍ଞାନରଞ୍ଜନଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଜ୍ଞାନଙ୍କ ବାପା ଅଟୋ ସାହାଯ୍ୟରେ ପ୍ରଥମେ କାମାକ୍ଷାନଗର ଚିକିତ୍ସାଳୟକୁ ନେଲା ପରେ ସେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ୩ଦିନ ର ଚିକିତ୍ସା ପରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌କୁ ସ୍ଥାନାନ୍ତର ହୋଇଥିଲେ ଜ୍ଞାନରଞ୍ଜନ , କଟକରେ ଦୁଇମାସ ରଖିଲା ପରେ ଡାକ୍ତର ଘରକୁ ଫେରାଇ ଦେଇଥିଲେ ,ଧିରେ ଧିରେ ଭଲ ହୋଇଯିବ ବୋଲି କହିଥିଲେ କିନ୍ତୁ ଭଲ ହେବ।

ବଦଳରେ ସଜ୍ୟାରେ ପଡ଼ି ପଡ଼ି ଜ୍ଞାନଙ୍କ ଦେହରେ କ୍ଷତ ସୃଷ୍ଟି ହେଉଛି ଏବଂ ସେ ସଯ୍ୟାଶାୟୀ ହୋଇପଡିଛନ୍ତି l ଗୋଡ଼ ଦୁଇଟି ଅକାମି ହୋଇଯିବା ଯୋଗୁଁ ଏବେ ସେ ଛିଡା ମଧ୍ୟ୍ୟ ହୋଇପାରୁ ନାହାନ୍ତି l ପୁଅକୁ ଭଲ କରିବାକୁ ଯାଇ ବାପା ,ମା ଘର ର ଏକମାତ୍ର ସମ୍ବଳ ଥିବା ଘରଡିହ ଖଣ୍ଡିକ ବିକ୍ରି କରି ସାରିଲେଣି। ରୋଜଗାର ଥିବାବେଳେ ଜ୍ଞାନଙ୍କ ସାଙ୍ଗରେ ତାଙ୍କର ଭାଇ ଥିବା ବେଳେ ଏବେ ତାଙ୍କଠାରୁ ଦୁଇ ଭାଇ ଅଲଗା ହୋଇ ଯାଇଛନ୍ତି ।

ଏ ବୟସରେ ରୋଜଗାର କରି ଦି ମୁଠା ପୁଅକୁ ଖାଇବାକୁ ଦେବା ସମ୍ଭବ ହେଉ ନ ଥିବା ବେଳେ ପୁଅକୁ କେମିତି ଭଲ କରିବୁ ବୋଲି ବୋଲି ଲୁହ ଛଳଛଳ ଆଖିରେ କହିଛନ୍ତି ଜ୍ଞାନରଞ୍ଜନ ଙ୍କ ବାପା l ଯନ୍ତ୍ରଣାରେ ଛଟପଟ ହେଉଥିବା ପୁଅର ର କଷ୍ଟକୁ ଆମେ ଆଉ ଦେଖି ପାରୁନାହୁଁ ବୋଲି କହିଛିନ୍ତି ତାଙ୍କ ମା ।

ଯଦି କେହି ସହୃଦୟ ବ୍ୟକ୍ତି ଜ୍ଞାନରଞ୍ଜନ ଙ୍କୁ ତାଙ୍କର ଏ ଅସହାୟ ଅବସ୍ଥାରେ ସହାୟତା ର ହାତ ବଢ଼ାଇବାକୁ ଚାହିଁବେ 9692840534 ନମ୍ବର ରେ ଯୋଗାଯୋଗ କରି କରିପାରିବେ l

new life
You might also like
error: Content is protected !!