News
WhatsApp Image 2023-10-04 at 17.25.00
samparksetu

୧୦ ତମ ବନମାଳୀ କ୍ରିକେଟ କପ୍ ଉଦଯାପିତ

ନାଗିଆପସି ଠାରେ ୧୦ ତମ ବନମାଳୀ କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି । ଉକ୍ତ ମ୍ୟାଚ ତାଳବରକୋଟ ବନାମ କିଆଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ସଦର ବ୍ଲକ ନାଗିଆପସି ଗ୍ରାମରେ ୧୦ତମ ବନମାଳୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ କିଆଝର ୧୮ ଓଭର୍ ରେ ଅଲଆଉଟ୍ ହୋଇ ୧୫୫ ରନ୍ ସଂଗ୍ରହ କରିଥିଲେ ଏବଂ ନିର୍ଦ୍ଧାରିତ ୨୦ ଓଭର ରୁ ତାଳବରକୋଟ ୧୯ ଓଭର ରେ ପାଞ୍ଚ ଗୋଟି ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲେ ଓ ବିଜୟ ହାସଲ କରିଥିଲେ ।

ଉକ୍ତ ମ୍ୟାଚ ରେ ତାଳବରକୋଟ ର ବିକାଶ ସାହୁ ୪ ଟି ୱିକେଟ , ଚନ୍ଦ୍ରକାନ୍ତ ୧ ଟି ,ବିଶ୍ୱବିଯାୟୀ ୧ ଟି ,ନରେଶ ଦେଓ ୨ଟି , ବିଜନ ଦେଓ ୨ଟି ୱିକେଟ୍ ନେଇଥିଲେ ।

new life
You might also like
error: Content is protected !!