ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ରେ ଅବସ୍ଥିତ ବାପୁ ମନ୍ଦିରରେ , ବାପୁ ମନ୍ଦିର ନ୍ୟାସ ଓ ପୂଜ୍ୟପୂଜା ସଂଗଠନ ପକ୍ଷରୁ କୋଭିଡ କଟକଣାକୁ କୁ ଦୃଷ୍ଟିରେ ରଖି , ଦଶମ ବାର୍ଷିକ ପଞ୍ଚ ଦିବାସୀୟଶ୍ରୀମଦ ଭାଗବତ ଗୀତା ଜ୍ଞାନ ଯଜ୍ଞ ଉଦଯାପିତ ହୋଇଯାଇଛି ।
ଏହା ୭୩ ତମ ସାଧାରଣ ତନ୍ତ୍ର ଦିବସ ଠାରୁ ଆରମ୍ଭ ହୋଇ ବାପୁଙ୍କର ୭୪ ତମ ତିରୋଧାନ ଦିବସ ରେ ଶେଷ ହୋଇଛି । ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ସତୀଶ ପ୍ରସାଦ ଆଚାର୍ଯ୍ୟ ଙ୍କ ପୁରୋହିତ୍ୟ ରେ ପ୍ରଥମ ଦିବସ ରେ ଘଟ ମଣ୍ଡଳ ପୂଜନ ସହ ଶ୍ରୀମଦ ଭାଗବତ ଗୀତାର ଅଧିବାସୀୟ କର୍ମ ସମାପନ ତଥା ଗାନ୍ଧିଜୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
ଦ୍ଵିତୀୟ ଦିବସ ଠାରୁ ପ୍ରତ୍ୟେକ ଦିନ ଭାଗବତ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅନ୍ତିମ ତଥା ଗାନ୍ଧିଜୀ ଙ୍କ ତିରୋଧାନ ଦିବସରେ ବିଶ୍ଵ କଲ୍ୟାଣ ନିମନ୍ତେ ବିଷ୍ଣୁ ସହସ୍ର ନାମ ପାଠ ସହ ସମସ୍ତ ଦେବା ଦେବୀଙ୍କ ଉଦ୍ଦେଶ୍ୟ ରେ ଆହୁତି ପ୍ରଦାନ କରାଯାଇଥିଲା। ସ୍ଥାନୀୟ ବିଧାୟକ ତଥା ଓଡିଶା ସରକାରଙ୍କ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ପୂର୍ଣାହୁତି ପ୍ରଦାନ କରିବା ସହ ଗାନ୍ଧୀଜୀଙ୍କୁ ବସ୍ତ୍ର ତଥା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହି ଯଜ୍ଞରେ ଆଜୀବନ ସଦସ୍ୟ ଦମ୍ପତି ରାମକୁମାର ଆଚାର୍ଯ୍ୟ , କର୍ତ୍ତା ଓ ଶ୍ରୀମତୀ ପ୍ରତିଭାଲଷ୍ମୀ ମିଶ୍ର କର୍ତ୍ତି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ବାପୁ ମନ୍ଦିରର ସଭାପତି ଅରବିନ୍ଦ କାନ୍ତରାୟ , ସମ୍ପାଦକ ମାୟାଧର ପାଣି , କୋଷାଧ୍ୟକ୍ଷ ଶ୍ରୀରାମ ରାଉତ , ସହ ସମ୍ପାଦକ ନିରଞ୍ଜନ ସାହୁ ଆଜୀବନ ସଦସ୍ୟ ମଙ୍ଗତଲାଲ କଟାରୁକା , ନିର୍ମଳ ଚନ୍ଦ୍ର ସାହୁ , ମନୋଜ କୁମାର ସାହୁ , ଶ୍ୟାମଘନ ସାହୁ , ରାଘବ ଖୁଣ୍ଟିଆ , ଶ୍ରୀବତ୍ସ ବେହେରା , ଶ୍ରୀଧର କୁମାର ସାହୁ , ବିଜୟ କୁମାର ବେହେରା , ସୁଧୀର ଜେନା ପ୍ରମୁଖ ଉକ୍ତ ଯଜ୍ଞ ରେ ଉପସ୍ଥିତ ଥିଲେ ।