News
WhatsApp Image 2023-10-04 at 17.25.00
samparksetu

ଦର୍ଜନୀରେ କମ୍ୟୁନିଟି ଘରେ ଲୁହା ବିମ

ସରକାରୀ ଟଙ୍କାରେ ନିର୍ମାଣ କରାଯାଇଥିବା କମ୍ୟୁନିଟି ସେଣ୍ଟରରେ ବିଦ୍ୟୁତ ଖୁଣ୍ଟ ଦେଇ କାମ ଚଳାଇ ଦିଆଯାଇଥିବା ଦେଖାଦେଇଛି । ଖବର ନେବାରେ ଜଣାଯାଉ ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଚାଂୟତର ଦର୍ଜନୀ ଗ୍ରାମର ପାତ୍ର ସାହି ।

ଏହି ବସ୍ତିରେ ଅନୁସୂଚିତ ଜାତିର ବ୍ୟକ୍ତିମାନେ ବାସ କରନ୍ତି । ବସ୍ତିରେ ଥିବା କୁଅଟି ବଡ ଗଭୀର ହୋଇଥିବାରୁ ଜଳ ସ୍ତର କମିଯାଉଛି । ବସ୍ତି ବାସିନ୍ଦା ପାଣି ପାଇଁବଡ ହଇରାଣ ହେଉଛନ୍ତି । ଏହି ବସ୍ତିରେ ବାସ କରୁଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି ଏକ କମ୍ୟୁନିଟି ସେଣ୍ଟର । ଯାହାକି ଭୁବନ ବ୍ଲକ କର୍ଯ୍ୟାଳୟ ଦ୍ୱାରା ୨ଲକ୍ଷ ଟଙ୍କା ବ୍ୟୟରେ କରାଯାଇଛି ।

ଘରଟି ନିର୍ମାଣ ପରେ ଛାତଟି ପେଟେଇ ପଡିବାରୁ ବିଦ୍ୟୁତ ଖୁଣ୍ଟ ଦେଇ ତାହାକୁ ସମ୍ଭାଳିବା ପାଇଁ ଯୋଜନା କରାଯାଇଛି । ମୁଖଶାଳାଟି ମଧ୍ୟ ଭାରସାମ୍ୟ ହରାଇ ଥିବାରୁ ଏକ ଲୁହା ବିମ ପକାଇ ଠେକାରା ଦିଆଯାଇଛି । ଯାହାକୁ ନେଇ ବସ୍ତି ବାସିନ୍ଦା ବଡ ମନସ୍ତାପରେ ରହିଥିବା ଜଣାଯାଇଛି ।

ଏନେଇ ୱାର୍ଡ ସଭ୍ୟା ରକ୍ମଣୀ ପାତ୍ର ଛଲଛଲ ଆଖି ରେ କୁହନ୍ତି ପାଚଂ ବର୍ଷ ମଧ୍ୟରେ ଆମ ବସ୍ତିର କୁଅଟିକୁ ମରାମତି କରାଗଲା ନାହିଁ । ଘରଟି କେତେବେଳେ ଯେ ଭାଙ୍ଗିପଡିବ ତାହା ସନ୍ଦେହ ଘେରରେ । ଏନେଇ ବାରମ୍ବାର ବିଡିଓଙ୍କୁ ଜଣାଯାଇଛି । ହେଲେ କିହେ ତାଙ୍କ କଥା ଶୁଣିଲେ ନାହିଁ ।

new life
You might also like
error: Content is protected !!