ମାସକର ଭରଣ ପୋଷଣ ଦେଲା ପରେ ସ୍ୱାମୀର ଦେଖାନାହିଁ । ୪୫ ମାସ ହେଲା ପେଟକୁ ଆହାର ଦେବାକୁ ଭୁଲି ଯାଇଛନ୍ତି ଶାଶୁଘର । ଫଳରେ ସ୍ୱାମୀଙ୍କ ଘର ସାମନାରେ ଧାରଣାରେ ବସିଛନ୍ତି ବିବାହିତା ମହିଳା ସନ୍ଧ୍ୟା (ଛଦ୍ମନାମ) ।
ଏପରି ଘଟଣା ଘଟିଛି ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ୱାର୍ଡ ନମ୍ବର ୧୫ରେ ରୁହନ୍ତି କାହ୍ନୁଲାଲ ଅଗ୍ରୱାଲ । ୨୦୧୭ ମସିହାରେ ଭୁବନ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ କିଛି ଲାଭ ହୋଇନଥିଲା । ପରବର୍ତୀ ସମୟରେ ସେ ମାନ୍ୟବର ଅଦାଲତର ଆଶ୍ରୟ ନେଇଥିଲେ । ସନ୍ଧ୍ୟାଙ୍କୁ ମାସିକ ୪୫୦୦ଟଙ୍କା ଦେବା ନିମନ୍ତେ ସ୍ୱାମୀ କାହ୍ନୁଲାଲକୁ ନିଦ୍ଦଦ୍ଦେଶ ଥିଲା । ଗୋଟିଏ ମାସ ସନ୍ଧ୍ୟାଙ୍କୁ ମିଳିଥିଲା ୪୫୦୦ଟଙ୍କା ।
ଆଉ ୪୫ ମାସ ହେଲା ମିଳିନାହିଁ । ଫଳରେ ଅଭାବ ଅନଟନରେ ବାପ ଘରେ ସଢୁଛନ୍ତି ସନ୍ଧ୍ୟା । ବିଜ୍ଞାପିତ ଅଚଂଳ ପରିଷଦର ୱାର୍ଡ ନମ୍ବର ୧୫ର ରେ ଥିବା ଘର ଆଗରେ ବସିରହିଥିଲେ ସନ୍ଧ୍ୟା ଓ ତାଙ୍କ ଭାଇ । ସାଥୀରେ ମାନବାଧିକାର କର୍ମୀ ଆସିଥିଲେ । ଆଲୋଚନା କରିଥାନ୍ତେ । ହେଲେ ଘର ଲୋକ କବାଟ କିଳି ରହିଗଲେ । ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ କବାଟ ନଖୋଲିବାରୁ ବାଧ୍ୟ ହୋଇ ଫେରିଯାଇଥିଲେ ସନ୍ଧ୍ୟା ।