ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଂଚାୟତରେ ଥିବା ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ , କିଛି ଦିନ ତଳେ ଚିଲିଦା ଗ୍ରାମର ହେମନ୍ତ ପାତ୍ର ( କାଳିଆ ) , କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ ।
ହେମନ୍ତ ପାତ୍ର ଛତିଶଗଡ ରେ ଗୋଟେଏ ଘରୋଇ କମ୍ପାନୀରେ ଡ୍ରାଇଭିଂ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ ।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ, ତାଙ୍କ ସ୍ତ୍ରୀ ଅତି ନିରୁପାୟ ଥିଲେ । ତାଙ୍କ ଦେହ ଅଧିକରୁ ଅଧିକ ଖରାପ ହେବାରୁ କାମ ଛାଡି ଘରକୁ ଚାଲି ଆସିଥିଲେ ।
ଘରେ ଅତି ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ କୁ ନିଆ ଯାଇଥିଲା । ମାସ ମାସ ଧରି ଚିକିତ୍ସା ହେଲା ପରେ, ଭାଗ୍ୟ ତାଙ୍କୁ ସାତେ ଦେଲା ନାହିଁ,ହେମନ୍ତଙ୍କର ମୃତ୍ୟୁ ଘଟିଥିଲା ।
କାନ୍ତୋଲ ପଞ୍ଚାୟତର ଓଡିଶା ଡ୍ରାଇଭର ମହାସଂଘର ଡ୍ରାଇଭର ଭାଇ ମାନେ , ନିଜ ସଂଘରେ ଥିବା କିଛି ଟଙ୍କା ସହିତ ନିଜେ କିଛି ସଂଗ୍ରହ କରି ପରିବାର କୁ ସହାୟତା ର ହାତ ବଢ଼ାଇଛନ୍ତି ।
ଯେହେତୁ ହେମନ୍ତ ପାତ୍ର ଡ୍ରାଇଭର ମହାସଂଘର ଜଣେ ସଦସ୍ୟ ଥିଲେ ସରକାରଙ୍କ ଗାଇଡ ଲାଇନ ଅନୁଯାଇ, ଯାହାବି ସମ୍ଭବ,ଆମେ ଯୁଗାଇ ଦେବୁ ବୋଲି କାନ୍ତୋଲ ଡ୍ରାଇଭର ମହାସଂଘର କର୍ମ କର୍ତ୍ତା ମାନେ ପ୍ରତିଶୃତି ଦେଇଥିଲେ ।