ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ତାଳବରକୋଟ ଗ୍ରାମରେ ଥିବା ଚାଷୀ ମାନଙ୍କର ଟୋକନ ଅବଧି ଶେଷ ହୋଇଯାଉଥିବା ବେଳେ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।
ସେବାସମବାୟ ସମିତିରେ ଧାନ ଦେବା ପାଇଁ ଚାଷୀ ମାନଙ୍କୁ ଟୋକନ
ମିଳିଥାଏ । ତାଳବରକୋଟ ଚାଷୀ ମାନଙ୍କର ଟୋକନ ଅବଧି ଫେବୃଆରୀ ୧ ଏବଂ ୩ ଓ ୫ ତାରିଖରେ ଶେଷ ହେବାକୁ ଯାଉଛି । କିନ୍ତୁ ଧାନ ଉଠାଇବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ ।
ଏ ସମ୍ପର୍କରେ ଚାଷୀ ମାନେ ଜିଲ୍ଲା ଯୋଗାଣ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।ଏଣୁ ଏଦିଗରେ ପଦକ୍ଷେପ ନେବାକୁ ତାଳବରକୋଟ ଗ୍ରାମର ନୃସିଂହ ଚରଣ ଜେନା,କାଶିମ ଖାନ,ବାଙ୍କନିଧି ସାହୁ,ଶରତ କୁମାର ସେଠି,ବ୍ରହ୍ମାନନ୍ଦ ଜେନା ପ୍ରମୁଖ ଲି୍ଖିତ ଭାବରେ ଅଭିଯୋଗ କରିଛନ୍ତି ।