News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଡାକ ଜୀବନ ବୀମା ଦିବସ ପାଳିତ

ଢେଙ୍କାନାଳ ଡାକ ମଣ୍ଡଳ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଢେଙ୍କାନାଳ ପ୍ରଧାନ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଅନଲାଇନ ଗୁଗୁଲ ମିଟ ମାଧ୍ୟମରେ ଡାକ ଜୀବନ ବୀମା ଦିବସ ପାଳିତ ହୋଇଯାଇଅଛି।

ଭାରତୀୟ ଡାକ ବିଭାଗ ଡାକ ଜୀବନ ବୀମା ସେବା ୧ ଫେବୃଆରୀ ୧୮୮୪ ମସିହାଠାରୁ ଆରମ୍ଭକରି ଆଜକୁ ପ୍ରାୟ ୧୩୮ ବର୍ଷ ଧରି ବୀମା ସେବା ତାର ଗ୍ରାହକ ମାନଙ୍କୁ ଯୋଗାଇ ଦେଇ ଆସୁଅଛି।
ଆଜିର ଏହି ଡାକ ଜୀବନ ବୀମା ଦିବସରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀ ଜଗଦୀଶ ଦାଶ ପ୍ରଥମେ ସମସ୍ତ ବିଭାଗର ଅଧିକାରୀ , କର୍ମଚାରୀ ଏବଂ ସମସ୍ତ ପ୍ରିୟ ବୀମାଧାରୀ ମାନଙ୍କୁ ଅଭିନନ୍ଦନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀ ଦାଶ ଯେ କୌଣସି ଜୀବନ ବୀମା ଯୋଜନା କରିବା ପୂର୍ବରୁ ଡାକ ଜୀବନ ବୀମା ବିଷୟରେ ଚିନ୍ତା କରିବାକୁ ଅନୁରୋଧ କରିଥିଲେ | PLI ବର୍ତ୍ତମାନ ୫୦ ଲକ୍ଷ ପର୍ଯ୍ୟନ୍ତ ବୀମା କଭର କରୁଥିବା ବେଳେ ଗ୍ରାମୀଣ ଡାକ ଜୀବନ ବୀମା ୧୦ ଲକ୍ଷ ପର୍ଯ୍ୟନ୍ତ ବୀମା କଭର କରୁଅଛି | ଏହା ଭାରତ ସରକାରଙ୍କ ଏକ କଲ୍ୟାଣକାରୀ ଯୋଜନା ଏବଂ ଅନ୍ୟ ବୀମା କମ୍ପାନୀଗୁଡିକ ତୁଳନାରେ କମ୍ ପ୍ରିମିୟମ୍ ରେ ଅଧିକ ବୋନସ୍ ଗ୍ୟାରେଣ୍ଟି ଦେଇଥାଏ ।

ସରକାରୀ ସଂସ୍ଥା, ବ୍ୟାଙ୍କ କର୍ମଚାରୀ,ବିଭିନ୍ନ ବୃତ୍ତିଗତ ବର୍ଗ ( Professional category) , BSE NSE ଅଧୀନରେ ଆସୁଥିବା ସଂସ୍ଥା ର କର୍ମଚାରୀ ମାନେ ମଧ୍ୟ ଏବେ ଡାକ ଜୀବନ ବୀମା ର ସୁବିଧା ଉଠାଇପାରିବେ ଏବଂ ଗ୍ରାମଚଳରେ ସମସ୍ତେ ଗ୍ରାମୀଣ ଡାକ ଜୀବନ ବୀମାର ସୁବିଧା ର ଲାଭ ଉଠାଇ ପାରିବେ।
ବର୍ତ୍ତମାନ ସମସ୍ତ ଡାକଘର ଗୁଡ଼ିକ ଲିଙ୍କ୍ ହୋଇଯାଇଥିବା ସହିତ ସ୍ମାର୍ଟଫୋନ୍ ମାଧ୍ୟମରେ ଜଣେ ଅନଲାଇନ୍ ପ୍ରିମିୟମ ଦେୟ କରିବାର ସୁବିଧା ଉପଲବ୍ଧ | ଢେଙ୍କାନାଳ ଡାକ ମଣ୍ଡଳ ଅଧିନସ୍ଥ ପାଖାପାଖି ୫୦୦ ଡାକ ଘରେ ଏହି ସୁବିଧାର ଉପଲବ୍ଧ ଆଉ ଏହାର ଲାଭ ଉଠାଇ ପାରିବେ।

ଆଜି ଢେଙ୍କାନାଳ ଡାକ ମଣ୍ଡଳ ଅଧିନସ୍ଥ ଢେଙ୍କାନାଳ ତଥା ଅନୁଗୁଳର ଜିଲ୍ଲାର ଦୁଇଟି କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର ତରଫରୁ ଏକ ତ୍ୱରିତ ଦାବି ସମାଧାନ କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ପରିପକ୍ୱ ରାଶି ତଥା ମୃତ୍ୟକାଳୀନ ଦାବିର ତ୍ୱରିତ ଦାବି ଅର୍ଥ ଆବେଦନକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା। ଡାକ ଜୀବନ ବୀମା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ନିକଟସ୍ଥ ଡାକଘରେ ଯୋଗାଯୋଗ କରିପାରିବେ।

ଏହି ଅବସରରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀ ଜଗଦୀଶ ଦାଶ, ଅଫିସ ସୁପର ଭାଇଜର ଶ୍ରୀ ଶୁଭେନ୍ଦ୍ର ଦାସ , ଢେଙ୍କାନାଳ ପ୍ରଧାନ ଡାକଘରର ଡାକପାଳ ଶ୍ରୀ ଶୁରେଶ ଚନ୍ଦ୍ର ସ୍ୱାଇଁ,ସହାୟକ ଡାକପାଳ ଶ୍ରୀ ଅଶୋକ ନନ୍ଦ, ପି.ଏଲ.ଆଇ. ଗ୍ରୁପ ଲିଡ଼ର ଶ୍ରୀ ଦେବାଶିଷ ସିଂ, ବ୍ୟବସାୟିକ ଅଧିକାରୀ ଶ୍ରୀ ଚନ୍ଦ୍ର ଶେଖର ସିଂ ଏବଂ ଜନ ସମ୍ପର୍କ ନିରୀକ୍ଷକ ଶ୍ରୀ ଦୀପ୍ତି ରଞ୍ଜନ ସାମନ୍ତ ଉପସ୍ଥିତ ଥିଲେ। ଏତତ୍ ବ୍ୟତୀତ ଢେଙ୍କାନାଳ ତଥା ଅନୁଗୁଳ ଜିଲ୍ଲାର ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାର ଅଧିକାରୀ ଏବଂ କର୍ମଚାରୀ ଙ୍କ ସମେତ ବହୁ ସମ୍ମାନାନୀୟ ଗ୍ରାହକ ମାନେ ଅନଲାଇନ ଗୁଗୁଲ ମିଟ ମାଧ୍ୟମରେ ଉପସ୍ଥିତ ଥିଲେ।

ଏହି ସଭାଟିକୁ ଶ୍ରୀ ଦୀପକ ଲେଙ୍କା ପରିଚାଳନା କରିଥିଲେ ଏବଂ
ଶେଷରେ ପି.ଏଲ.ଆଇ. ଗ୍ରୁପ ଲିଡ଼ର ଶ୍ରୀ ଦେବାଶିଷ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!